ଅପରାଧ

ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଲେ ଦୁର୍ବତ୍ତ : ଯୁବକ ଗୁରୁତର

Published

on

ଫୁଲବାଣୀ ୩୦/୫ : ବାଇକରେ ଯାଉଥିବା ଏକ ଯୁବକଙ୍କୁ ଜିଅନ୍ତା ଜାଳିଦେଇଥିବା ଅଭିଯୋଗ ହୋଇଛି ।
ଫୁଲବାଣୀ ଜିଲ୍ଲା ଖଜୁରିପଡ଼ା ଥାନା ଗାଡ଼ିଆପଡ଼ା ଘାଟିରେ ଜଣେ ଯୁବକଙ୍କୁ ଆକ୍ରମଣ କରାଯାଇଛି । ଜଣେ ଯୁବକ ସେହି ରାସ୍ତାରେ ବାଇକରେ ଯାଉଥିଲେ । ସେହିସମୟରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଯାଉଥିବା ଯୁବକଙ୍କୁ ଅଟକାଇ ତାଙ୍କ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି । ଯୁବକଙ୍କ ଜିଅନ୍ତା ଜାଳିବା ପରେ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଖବର ପାଇ ସ୍ଥାନୀୟ ଲୋକଙ୍କ ଦ୍ୱାରା ନିଆଁରେ ପୋଡ଼ି ହୋଇଥିବା ଯୁବକଙ୍କ ଶରୀରରୁ ନିଆଁ ଲିଭାଇ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଭୁବନେଶ୍ୱର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version