ରାଜ୍ୟ

ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

Published

on

ବାଲେଶ୍ୱର ୧୩/୫ : ରସାଳପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ଦୁଇ ଭଉଣୀ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି । ସେମାନେ ହେଲେ ଉର୍ମିଳା ଦାସ (୧୪) ଓ ପୂର୍ଣ୍ଣିମା ଦାସ (୧୨) ।
ଆଜି ସକାଳେ ଉର୍ମିଳା ଓ ପୂର୍ଣ୍ଣିମା ପୋଖରୀକୁ ଗାଧୋଇବାକୁ ଯାଇଥିଲା । ଗାଧୋଇବା ବେଳେ ଦୁଇ ଭଉଣୀ ବୁଡ଼ି ଯାଇଥିଲେ । ବହୁ ଉଦ୍ୟମ ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ମେଡ଼ିକାଲ ନେବା ପରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version