ରାଜ୍ୟ

ପୋଖରୀରେ ଦୁଇ ଶିଶୁଙ୍କ ସଲିଳ ସମାଧି

Published

on

ମାଲକାନଗିରି ୧୧/୧ : ଶୁକ୍ରବାର ସକାଳେ ମାଲକାନଗିରି ଜିଲ୍ଲାରେ ଦୁଇଜଣ ଶିଶୁ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି । ସେମାନେ ସମ୍ପର୍କୀୟ ଭାଇ-ଭଉଣୀ । ଆଜି କାଲିମେଳା ବ୍ଲକ୍ ସାଲିମାରିକୁଣ୍ଡା ଗାଁର ବିବେକ ମାଡ଼କାମି (୬) ଓ ରାନୀ ପଡ଼ିଆମି (୫) ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ତେବେ ଘରକୁ କିଛି ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଗଡ଼ିଆକୁ ଯାଇ ଖୋଜିବା ବେଳେ ସେମାନେ ପାଣିରେ ଭାସୁଥିବା ଦେଖାଯାଇଥିଲା । ଗାଁ ଲୋକେ ଉଭୟ ଶିଶୁଙ୍କ ଉଦ୍ଧାର କରି କାଲିମେଳା ଡାକ୍ତରଖାନାରେ ଭତ୍ତି କରିଥିଲେ ହେଁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version