ନୟାଗଡ଼ ୫/୫ : ତିନିଜଣ ନାବାଳିକା ଗାଁ ପାଖ ପୋଖରୀରେ ଗାଧୋଉଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି ।
ସୂଚନା ମୁତାବକ, ନୟାଗଡ଼ ବୋଡ଼େନ ଥାନା ଧରଣୀମାଲ ଗାଁ ପାଖ ପୋଖରୀକୁ ତିନଜଣ ଝିଅ ସାଙ୍ଗ ଗାଧୋଇବାକୁ ଯାଇଥିଲେ । ଅଧକି ପାଣି କିମ୍ବା କୈାଣସି କାରଣ ବସତଃ ଗୋଡ଼ ଖସି ଯାଇଥିଲା । ଫଳରେ ଜଣେ ନାବାଳିକା ପ୍ରାଣ ହରାଇଥିବା ବେଳେ ଅନ୍ୟ ଦୁଇଜଣ ନାବାଳିକା ଗୁରୁତର ହୋଇପଡ଼ିଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ଖଡ଼ିଆଳ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।