ରାଜ୍ୟ

ପୋଲାଭରମ : ଓଡ଼ିଶାକୁ ଝଟକା

Published

on

ନୂଆଦିଲ୍ଲୀ ୩/୧୨ : ପୋଲାଭରମ୍ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ଜାରି ପାଇଁ ସୁପ୍ରିମ୍ କୋର୍ଟ ମନା କରିଦେଇଛନ୍ତି । ରହିତାଦେଶ ଜାରି ଲାଗି ଓଡ଼ିଶା ସରକାର କରିଥିବା ଆବେଦନ ଉପରେ ସୋମବାର ଏକ ଦୁଇଜଣିଆ ଖଣ୍ଡପୀଠରେ ଶୁଣାଣି ହୋଇଥିଲା । ଆବେଦନକୁ ଗ୍ରହଣ ନକରି ଖଣ୍ଡପୀଠ କହିଥିଲେ ଯେ, ବର୍ତମାନ ପରିସ୍ଥିତିରେ ସ୍ଥଗିତାଦେଶ ଦେବା ଠିକ୍ ହେବନାହିଁ । ପ୍ରଥମେ ଓଡ଼ିଶା ଓ ଛତିଶଗଡ଼ ସେମାନଙ୍କର ସମ୍ଭାବ୍ୟ କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରନ୍ତୁ । ତଥ୍ୟ ପାଇଲା ପରେ କୋର୍ଟ ସେ ସମ୍ପର୍କରେ ବିଚାର କରିବେ । ଉଭୟ ରାଜ୍ୟ ସରକାର ତଥ୍ୟ ଦେବାପରେ ଜନଶୁଣାଣି କରିପାରନ୍ତି । ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରେ ଏହାର ପରବର୍ତୀ ଶୁଣାଣି ହେବ ।

Leave a Reply

Your email address will not be published. Required fields are marked *

Trending

Exit mobile version