ଆନ୍ଧ୍ରପ୍ରଦେ ୪/୬ : ପୋଲାଭରମ ପ୍ରକଳ୍ପକୁ ଶୀଘ୍ର ସାରିବାକୁ ଜଗନମୋହନଙ୍କ ନିର୍ଦ୍ଦେଶ । ବର୍ତ୍ତମାନ ପୋଲାଭରମ କାର୍ୟ୍ୟ କେତେ ବାଟ ଆଗେଇଲାଣି ତାହାର ସମୀକ୍ଷା କରିବା ସହ କଣ ସବୁ ଆବଶ୍ୟକତା ରହିଛି ତାହାକୁ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ । ସେପଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଘୋଷଣା କରିଛନ୍ତି ଯେ କୌଣସି ପ୍ରକାର ଦୁର୍ନୀତିକୁ ପ୍ରଶୟ ଦିଆଯିବନାହିଁ । ସେହିପରି ଯେଉଁ ଅଧିକାରୀ ଭଲ କାମ କରିବେ ତାଙ୍କୁ ପୁରସ୍କାର ଦିଆଯିବ ବୋଲି ଜଗନ ସ୍ପଷ୍ଟ କରିଛନ୍ତି । କିଭଳି ଗୋଦାବରୀ ନଦୀର ପାଣିକୁ ସମୁଦ୍ରକୁ ନଛାଡି ସଂଚୟ କରି ରଖି ହେବ ତାହାର ଯୋଜନା ପ୍ରସ୍ତୁତ କରିବାକୁ ଜଗନ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ପୂର୍ବରୁ ପୋଲାଭରମ ପ୍ରକଳ୍ପକୁ ଓଡିଶା, ଛତିଶଗଡ଼ ଓ ତେଲେଙ୍ଗାନା ବିରୋଧ କରିଆସୁଛନ୍ତି । ଏହା ଦ୍ୱାରା ଓଡ଼ିଶାର ମାଲକାନଗିରି ଜିଲ୍ଲା ପ୍ରଭାବିତ ହେବ ବୋଲି ଓଡିଶା ସରକାର ଯୁକ୍ତି ବାଢି ଆସୁଛନ୍ତି ।
ଅନ୍ୟପଟେ ଆନ୍ଧ୍ର ପ୍ରଦେଶ ଜଳସେଚନ ସଚିବ କହିଛନ୍ତି କି, ପୋଲାଭରମ ପ୍ରକଳ୍ପ ବାବଦକୁ ରାଜ୍ୟ ସରକାର ୧୧୫୩୭ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି । କେନ୍ଦ୍ର ୪୮୧୦ କୋଟି ଟଙ୍କା ଦେଇଛି । ସେହିପରି ଏହି ପ୍ରକଳ୍ପ ସାରିବାକୁ ହେଲେ ଅତିରିକ୍ତ ୧୨ ହଜାର କୋଟି ଟଙ୍କା ଆବଶ୍ୟକ ବୋଲି ସେ କହିଛନ୍ତି ।