ଢେଙ୍କାନାଳ ୨୩/୪ :ଜଣେ ପୋଲିଂ ଅଧିକାରୀଙ୍କ ଆକସ୍ମିକ ମୃତ୍ୟୁ ହୋଇଛି । ବୁଥରେ ଟଳିପଡ଼ିବା ପରେ ମେଡ଼ିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ଢେଙ୍କାନାଳ ଜିଲ୍ଲାରେ ପୋଲିଂ ବୁଥରେ ଜଣେ ପୋଲିଂ ଅଧିକାରୀଙ୍କ ଆକସ୍ମିକ ମୃତ୍ୟୁ ଘଟିଛି । ମୃତକ ପୋଲିଂ ଅଧିକାରୀ ନବକିାଶୋର ନାୟକ । ତାଙ୍କ ଡ୍ୟୁଟି ପର୍ଜଙ୍ଗ କଣ୍ଟାପାଳ ୪୧ ନମ୍ବର ପୋଲିଂ ବୁଥରେ ଥିଲା । ନବକିାଶୋର ଡ୍ୟୁଟିରେ ଟଳିପଡ଼ିବାରୁ ତାଙ୍କୁ କାମାକ୍ଷାନଗର ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ନବକିାଶୋରଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ପହଂଚିବା ପରେ ମୃତଦେହକୁ ପୋଷ୍ଟମୋର୍ଟମ ପାଇଁ ପଠାଯିବ ।