ଭୁବନେଶ୍ୱର ୨୧/୪ : ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ନବନିର୍ମାଣ କୃଷକ ସଂଗଠନର ପକ୍ଷରୁ ବିକ୍ଷୋଭ ପଦର୍ଶନ କରାଯାଉଛି । ଶହଶହ ଚାଷୀ ପୋଲିଂ ବୁଥକୁ ଇଭିଏମ ପଠାଇବାକୁ ବିରୋଧ କରୁଛନ୍ତି ।
ନବନିର୍ମାଣ କୃଷକ ସଂଗଠନର ପକ୍ଷରୁ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବୀ ନେଇ ଦୀର୍ଘ ଦିନରୁ ଚାଲିଥିବା ଅନ୍ଦୋଳନ ଥମିନାହିଁ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ନବନିର୍ମାଣ କୃଷକ ସଂଗଠନର ପକ୍ଷରୁ ଶହଶହ ଚାଷୀ ପୋଲିଂ ବୁଥକୁ ଇଭିଏମ ପଠାଇବାକୁ ବିରୋଧ କରୁଛନ୍ତି । କେନ୍ଦୁଝର ମାଇନିଂ କଲେଜ ଆଗରେ ଚାଷୀ ଧାରଣାରେ ବସିଥିବା ଜଣାପଡ଼ିଛି । ଏହା ସହ ବୁଥକୁ ପୋଲିଂ ପାର୍ଟି ଯିବା ପୂର୍ବରୁ ବିରୋଧ କରୁଛନ୍ତି । ଖୋର୍ଦ୍ଧାରେ ଶତାଧିକ ଚାଷୀ ଇଭିଏମ ଡିସପୋଜାଲ ସେଣ୍ଟରରେ ତାଲା ପକାଇବାକୁ ଉଦ୍ୟମ କରିଛନ୍ତି । ଏପରି ବିରୋଧ କରିବାରୁ ୨୦ରୁ ଅଧିକ ଚାଷୀଙ୍କୁ ଉଠାଇନେଲା ଟାଉନ ଥାନା ପୋଲିସ ଉଠାଇନେଇଛି ।