ଅପରାଧ

ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା : ଗାଡ଼ିପୋଡ଼ି

Published

on

ଫୁଲବାଣୀ ୬/୧ : କନ୍ଧମାଳ ଜିଲ୍ଲା ପାତିଆମ୍ବାଠାରେ ମାଓବାଦୀମାନେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି । ନିହତ ବ୍ୟକ୍ତିଜଣକ ହେଲେ ରବୀନ୍ଦ୍ର ମଲ୍ଲିକ । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ତାଙ୍କୁ ହତ୍ୟା କରିଥିବା ଜଣାଯାଇଛି । ହତ୍ୟା କରିବା ପରେ ମାଓବାଦୀଙ୍କ ପକ୍ଷରୁ ଘଟଣାସ୍ଥଳରେ କେତେକ ପୋଷ୍ଟର ମରାଯାଇଛି । ପୋଲିସ ମିଥ୍ୟା ଏନକାଉଣ୍ଟର ବନ୍ଦ କରୁ ବୋଲି ସେଥିରେ ଉଲ୍ଲେଖ ରହିଛି । ମାଓବାଦୀମାନେ ମଧ୍ୟ ରାସ୍ତାକାମ ପ୍ରତିବାଦରେ ଏକ ଠିକାଦାର ସଂସ୍ଥାର ଗୋଟିଏ ରୋଲର, ତିନୋଟି ଟ୍ରାକ୍ଟର ସମେତ ମୋଟ ୫ଟି ଗାଡ଼ିପୋଡ଼ି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version