ଢ଼େଙ୍କାନାଳ ୪/୧୨ : ଗୁଡ଼୍ ନ୍ୟୁଜ୍ ଇଣ୍ଡିଆର ମୁଖ୍ୟ ଫୟାଜ ରହମନ ଓରଫ ଡାଡିକୁ ଢ଼େଙ୍କାନାଳ ପୋଲିସ ଦୁଇଦିନିଆ ରିମାଣ୍ଡରେ ନେଇଛି । ୩ ଦିନ ରିମାଣ୍ଡରେ ନେବାପାଇଁ ପୋଲିସ ପକ୍ଷରୁ ଆବେଦନ କରାଯାଇଥିବାବେଳେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ତାଙ୍କୁ ୨ ଦିନିଆ ରିମାଣ୍ଡରେ ନେବାପାଇଁ ଅନୁମତି ଦେଇଛନ୍ତି । ତାଙ୍କ ସଂସ୍ଥାକୁ ମିଳୁଥିବା ବିଦେଶୀ ଅନୁଦାନ ସମ୍ପର୍କରେ ପୋଲିସ ତଦନ୍ତ କରିବ । ଏହାଛଡା ଗଣମାଧ୍ୟମରେ ତାଙ୍କୁ ନେଇ ପ୍ରସାରିତ ଅଶ୍ଳୀଳ ଭିଡ଼ିଓ ସମ୍ପର୍କରେ ବି ପୋଲିସ ପକ୍ଷରୁ ଯାଂଚ କରାଯିବ ।
ତେଣେ ଗୁଡ଼୍ ନ୍ୟୁଜ୍ ବିରୁଦ୍ଧରେ ଧର୍ମାନ୍ତୀକରଣର କୋ÷ଣସି ଅଭିଯୋଗ ମିଳିନାହିଁ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବେଆଇନ୍ ଆଶ୍ରୟସ୍ଥଳ ଗୁଡ଼ିକରେ ଦୁର୍ନୀତି ଅଭିଯୋଗର ନିରପେକ୍ଷ ତଦନ୍ତ କରାଯିବ ।