ଅପରାଧ

ପୋଷ୍ଟ ଅଫିସ ନିକଟରୁ ଯୁବକଙ୍କ ଶବ ଉଦ୍ଧାର : ହତ୍ୟା ଅଭିଯୋଗ

Published

on

ଭଞ୍ଜନଗର ୨୭/୧୨ : ଭଞ୍ଜନଗର ପୋଷ୍ଟ ଅଫିସ ନିକଟରୁ ଆଜି ସକାଳୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି । ତାଙ୍କ ନାକ ଓ ପାଟିରୁ ରକ୍ତ ବାହାରୁଥିବା ଦେଖାଯାଇଥିଲା । ଏହି ଯୁବକଙ୍କ ନାମ ଉନ୍ନା କେଦାର ପାତ୍ର ଓ ତାଙ୍କ ଘର ଭେଜିପୁଟ ଗ୍ରାମରେ । କିଛିଦିନ ତଳେ ଘରୋଇ କଳି କାରଣରୁ ତାଙ୍କ ପତ୍ନୀ ନିଜ ବାପଘର ବାମୁଣୀ ଗାଁକୁ ଚାଲିଆସିଥିଲେ । ପୂର୍ବରୁ କେଦାର କେତେଥର ଶ୍ୱଶୁର ଘରକୁ ଯାଇପତ୍ନୀଙ୍କୁ ବୁଝାଇଥିଲେ ହେଁ, ସେ ତାଙ୍କ ସହ ଆସି ନଥିଲେ । ଗତକାଲି ସେ ପୁଣି ପତ୍ନୀଙ୍କୁ ନେବା ପାଇଁ ବାମୁଣୀ ଗାଁକୁ ଆସି ଘରକୁ ଫେରି ନଥିଲେ । ଆଜି ତାଙ୍କ ମୃତ ଦେହ ଉଦ୍ଧାର କରାଯିବା ପରେ ଶ୍ୱଶୁର ଘର ଲୋକ ତାଙ୍କୁ ହତ୍ୟା କର ିଛନ୍ତି ବୋଲି କେଦାର ପାତ୍ରଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version