ଭୁବନେଶ୍ୱର ୧୯/୬ : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳାଫଳ ବୁଧବାର ପ୍ରକାଶ ପାଇଛି । ସଚିବାଳୟରେ ବୈଷୟିକ ମନ୍ତ୍ରୀ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ରାଙ୍କ ପାଇଥିବା ଛାତ୍ରଛାତ୍ରୀମାନେ ଗ୍ରାଜ୍ୟୁଏଟ୍ ଓ ପୋଷ୍ଟ ଗ୍ରାଜ୍ୟୁଏଟ୍ କୋର୍ସ ପାଇଁ ନାମ ଲେଖାଇପାରିବେ ।
ଏମ୍ବିଏ ପ୍ରଦୀପ କୁମାର କାମ୍ପା, ଏମ୍ସିଏରେ ସୀତାରାଣୀ ଚୌଧୁରୀ, ଏମ୍.ଟେକ୍ ପ୍ରଦୀପ କୁମାର ବାରିକ, ଏମ୍. ଫାର୍ମାରେ ଅତ୍ୟୁର୍ମୀଲା ଚକ୍ରବର୍ତ୍ତୀ ଓ ବି. ଫାର୍ମାରେ ସମୀର କୁମାର ପାଢ଼ୀ ରାଜ୍ୟରେ ଟପ୍ପର ହୋଇଛନ୍ତି । ସେହିପରି ଲାଟେରାଲ ଏଣ୍ଟ୍ରି ଫାର୍ମାସୀରେ ଅମିତ କୋଟାଲ, ଲାଟେରାଲ ଏଣ୍ଟ୍ରି ବିଏସ୍ସିରେ ଭବାନୀ ଶଙ୍କର ବେହେରା, ଇଣ୍ଟିଗ୍ରେଟେଡ୍ ଏମ୍ବିଏରେ ସ୍ୱୀକୃତି ମହାପାତ୍ର, ଲାଟେରାଲ ଏଣ୍ଟ୍ରି ଏମ୍ସିଏରେ ସୁମନ୍ତ ପାତ୍ର ଓ ଲାଟେରାଲ ଏଣ୍ଟ୍ରି ଟକ୍ନୋଲୋଜିରେ ସାଶ୍ୱତୀ ମହାନ୍ତି ଟପ୍ପର ହୋଇଛନ୍ତି । ଛାତ୍ରଛାତ୍ରୀମାନେ ଉଭୟ ଙ୍ଗଙ୍ଗଙ୍ଗ.କ୍ଟହରର.ଦ୍ଭସମ.ସଦ୍ଭ ଓ ଙ୍ଗଙ୍ଗଙ୍ଗ.କ୍ଟୟସଗ୍ଦଷବହରର.ମକ୍ଟଜ୍ଞ ରେ ନିଜର ରେଜଲ୍ଟ ଦେଖିପାରିବେ ।
ଚଳିତ ବର୍ଷ ପ୍ରଥମଥର ଲାଗି ପିଜି ସ୍ତରର କୋର୍ସ ପାଇଁ ଓଜେଇଇ ପକ୍ଷରୁ ଅନଲାଇନ୍ ଟେଷ୍ଟ ହୋଇଥିଲା । ଅଫଲାଇନରେ ୨୫ ହଜାର ୭୩୧ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ଅନ୍ଲାଇନରେ ୧୩ ହଜାର ୯୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ପିଜି କୋର୍ସ ପାଇଁ ୧୭ ହଜାର ୩୫୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ବି ଫାର୍ମା, ଇଂଜିନିୟରିଂ ପାଇଁ ପ୍ରାୟ ୩୦,୦୦୦ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ । ଦୁଇ ଦିନ ଧରି ଛାତ୍ରଛାତ୍ରୀ ଏହି ଏହି ପରୀକ୍ଷା ଦେଇଥିଲେ ।