ଦେଶ ବିଦେଶ

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜେଲ୍ଟ, : ସର୍ବ ଭାରତୀୟ ସ୍ତରରେ କାର୍ତ୍ତିକେୟ ଟପ୍ପର

Published

on

ନୂଆଦିଲ୍ଲୀ ୧୪/୬ : ଶୁକ୍ରବାର ଜେଇଇ ଆଡଭାନ୍ସ ପରୀକ୍ଷା ଫଳ ପ୍ରକାଶ କରିଛି । ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ସର୍ବ ଭାରତୀୟ ସ୍ତରରେ ସର୍ବାଧିକ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଓଡ଼ିଶାର ସାୟନ୍ତନ ଧର ଦେଶରରେ ୫୧ ରାଙ୍କ ରଖି ଓଡ଼ିଶା ଟପ୍ପର ହୋଇଛନ୍ତି । ପରୀକ୍ଷାର୍ଥୀମାନେ ଙ୍ଗଙ୍ଗଙ୍ଗ.ହରରବୟଙ୍ଖ.ବମ.ସଦ୍ଭ ୱେବ୍‌ସାଇଟ୍‌ ଜରିଆରେ ନିଜର ଫଳାଫଳ ଦେଖି ପାରିବେ ।
ଚଳିତ ବର୍ଶ ୧ ଲକ୍ଷ ୬୧ ୩୧୯ ଜଣ ପରୀକ୍ଷାର୍ଥୀ ଉଭୟ ପେପର୍‌-୧ ଓ ପେପର୍‌-୨ ପାଇଁ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୩୮ ହଜାର ୭୦୫ ଜଣ କୃତକାର‌୍ୟ୍ୟ ହୋଇଛନ୍ତି । ଏଥିରେ ୫,୩୫୬ଜଣ ଛାତ୍ରୀ ରହିଛନ୍ତି । ପରୀକ୍ଷାରେ ଟପ୍ପର ହୋଇଥିବା ଛାତ୍ର କାର୍ତ୍ତିକେୟ ଚନ୍ଦ୍ରେଶ ଗୁପ୍ତା ୩୭୨ ନମ୍ବରରୁ ୩୪୬ ନମ୍ବର ରଖିଛନ୍ତି । ଆହ୍ଲାବାଦର ହିମାଂଶୁ ସିଂହ ଦ୍ୱିତୀୟ ଓ ଦିଲ୍ଲୀର ଅର୍ଚ୍ଚିତ ବୁବ୍‌ନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଛାତ୍ରୀଙ୍କ ମଧ୍ୟରେ ସାହାୟ ସବ୍‌ନମ୍‌ ୩୦୮ ନମ୍ବର ରଖି ୧୦ ନମ୍ବର ରାଙ୍କରେ ଅଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version