କଟକ ୨୧/୫ : ବୋର୍ଡ କାର୍ୟ୍ୟାଳୟରେ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ପରୀକ୍ଷାଫଳ । କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ୟ୍ୟାଳୟରେ ସକାଳ ୯ଟାରେ ଗଣଶିକ୍ଷା ବିଭାଗ କମିସନର ପ୍ରଦୀପ ମହାପାତ୍ର ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପାସହାର ୭୦.୭୮ ପ୍ରତିଶତ ରହିଛି । ୮୨ ସ୍କୁଲରେ ରେଜଲ୍ଟ ଶୂନ ହେବାସହ ଜଣେ ବି ପରୀକ୍ଷାର୍ଥୀ ପାସ୍ କରିପାରିନାହାନ୍ତି । ୨୮୯ ସ୍କୁଲରେ ଶତପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ମାଟ୍ରିକ ପରୀକ୍ଷାରେ ମୋଟ୍ ୩ ଲକ୍ଷ ୯୭ ହଜାର ୧୨୫ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ଏପଟେ ପରୀକ୍ଷାରେ ପୁଅଙ୍କ ତୁଳନାରେ ଝିଅମାନେ ପରୀକ୍ଷାରେ ଅଧିକ ଭଲ କରିଛନ୍ତି । ଏଥର ପରୀକ୍ଷାରେ ବାଜି ମାରିନେଲେ ଝିଅ । ଏଥର ବି ପଛରେ ପଡ଼ିଯାଇଛନ୍ତି ଛାତ୍ର । ୨ ଲକ୍ଷ ୫ ହଜାର ୪୭୦ ଝିଅ ପାସ କରିଥିବା ବେଳେ ୧ ଲକ୍ଷ ୯୧ ହଜାର ୬୫୫ ପୁଅ ପାସ୍ କରିଛନ୍ତି ।