ଭୁବନେଶ୍ୱର ୨୧/୬ : ପ୍ରକାଶ ପାଇଲା ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ । ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ ଫଳାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଚଳିତ ଥର କଳାରେ ୬୫.୮୯ ପ୍ରତିଶତ ଛାତ୍ରଛାତ୍ରୀ ଓ ବାଣିଜ୍ୟରେ ୭୦.୨୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଗଣଶିକ୍ଷା ବିଭାଗର ଙ୍ଗଙ୍ଗଙ୍ଗ.ମଷଗ୍ଦରକ୍ଟୟସଗ୍ଦଷବ.ଦ୍ଭସମ.ସଦ୍ଭ, ଙ୍ଗଙ୍ଗଙ୍ଗ.କ୍ଟୟସଗ୍ଦଷବକ୍ସରଗ୍ଦଙ୍କକ୍ଷଗ୍ଧଗ୍ଦ.ଦ୍ଭସମ.ସଦ୍ଭ ୱେବସାଇଟରେ ଛାତ୍ରଛାତ୍ରୀ ମାନେ ନିଜର ଫଳାଫଳ ଦେଖିପାରିବେ ।
ଚଳିତଥର କଳାରେ ୨,୩୧, ୧୫୦ ଜଣ ଛାତ୍ରଛାତ୍ରୀ, ବାଣିଜ୍ୟରେ ୨୬୭୯୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । କଳାରେ ୫୭ ହଜାର ୪୪୨ ଛାତ୍ର ଓ ୯୪ ୮୮୧ ଛାତ୍ରୀ ପାସ୍ କରିଛନ୍ତି ।ବାଣିଜ୍ୟରେ ୧୮ହଜାର ୮୨୬ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ୧୧୭୩୮ ଜଣ ଛାତ୍ର ଓ ୭୦୮୮ ଜଣ ଛାତ୍ରୀ ପାସ୍ କରିଛନ୍ତି ।