ରାଜ୍ୟ

ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ

Published

on

ଭୁବନେଶ୍ୱର ୩/୬ : ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ ପାସ୍ ହାର ୭୨. ୩୩%। ଗତବର୍ଷ ତୁଳନାରେ ୪% କମ୍ ରହିଛି। ବାଲେଶ୍ୱର ଜିଲ୍ଲାରେ ପାସ୍ ହାର ସର୍ବାଧିକ- ୮୬. ୫୬% ରହିଥିବା ବେଳେ ଗଜପତି ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ- ୩୬. ୨୦% ରହିଛି । ଏଥର ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ପାସ୍ ହାର ଅଧିକ ରହିଛି । ସେହିଭଳି ୬୦ ଜଣ ପରୀକ୍ଷାର୍ଥୀ ୯୦%ରୁ ଅଧିକ ଅଧିକ ନମ୍ବର ରଖିଛନ୍ତି। ଗତବର୍ଷ ୯୦% ଅଧିକ ନମ୍ବର ରଖିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ଥିଲା ୪୧।
ତେବେ ରାଜ୍ୟର ୨୯ଟି କଲେଜର ରେଜଲ୍ଟ ଶତପ୍ରତିଶତ ହୋଇଥିବା ବେଳେ ୯ଟି କଲେଜର ରେଜଲଟ୍ ଶୂନ ହୋଇଛି। ଏଥର ପରୀକ୍ଷା ଦେଇଥିବା ୯୭, ୭୫୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୦,୭୦୬ ଜଣ ପାସ୍‌ କରିଛନ୍ତି। ଜୟଦେବ ଭବନ ପରିସରସ୍ଥିତ ଗୀତଗୋବିନ୍ଦ ଭବନରେ ଆୟୋଜିତ ଫଳ ପୁସ୍ତିକା ଉନ୍ମୋଚନ କାର‌୍ୟ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ର, ପରିଷଦ୍ର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ, ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version