ନୂଆଦିଲ୍ଲୀ ୩୧/୫ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପେଟ୍ରୋଲିୟମ ଓ ଇସ୍ପାତ ବିଭାଗ ମିଳିଥିବା ବେଳେ ପ୍ରଥମ ଥର ପାଇଁ କେନ୍ଦ୍ରମନ୍ତ୍ରୀ ହୋଇଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ମିଳିଛି ଏମଏସଏମଇ, ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ବିଭାଗ ।
ତେବେ କେନ୍ଦ୍ରରେ ମନ୍ତ୍ରୀ ହୋଇ ଚର୍ଚ୍ଚାରେ ଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ରାଷ୍ଟ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଭଳି ଗୁରୁ ଦାୟିତ୍ୱ ଦେଇଛନ୍ତି ମୋଦି ସରକାର । ଏହା ସହିତ ତାଙ୍କୁ ପଶୁ ପାଳନ ଓ ମତ୍ସ୍ୟ ବିଭାଗ ମିଳିଛି । ଜଣେ ସାଧାରଣ ମଣିଷ ଭାବେ ସରଳ ଜୀବନଯାପନ ଏବଂ ତୃଣମୂଳସ୍ତରରେ ଜଡ଼ିତ ନେତା ଭାବରେ ଓଡ଼ିଶାରେ ବେଶ ପରିଚିତ ପ୍ରତାପ ଷଢଙ୍ଗୀ । କିଏ ତାଙ୍କୁ ଓଡ଼ିଶାର ମୋଦି କହୁଛନ୍ତି, ତ ଆଉ କିଏ ରାଜନୀତିର ସନ୍ଥ । ଜଣେ ପୁରୁଖା ନେତା ହେବା ସହ ରାଜ୍ୟ ରାଜନୀତରେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲେ ମଧ୍ୟ ଏକ ଛୋଟ ଘରେ ଅତି ନିରାଡ଼ମ୍ବର ଜୀବନ ଯାଜନ କରନ୍ତି ପ୍ରତାପ । ଲୋକଙ୍କ ସେବା କରିବା ତାଙ୍କ ନିଶା ।