ଭୁବନେଶ୍ୱର ୧୯ ।୨ : ଜନସାଧାରଣଙ୍କୁ ପ୍ରତାରଣା ଓ ଜନ ବିରୋଧୀ ନୀତିକୁ ନେଇ ଏସ୍.ୟୁ.ସି.ଆଇ କମ୍ୟୁନିଷ୍ଟ ପକ୍ଷରୁ ଆଜି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଗଣ ବିକ୍ଷୋଭ କରାଯାଇଛି । ସଂଗଠନର ହଜାର ହଜାର କର୍ମୀ ଆଜି ଶୋଭାଯାତ୍ରାରେ ଆସି ସଚ୍ଚିବାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । ଚାଷୀ ଆତ୍ମହତ୍ୟା, ନାରୀ ନିର୍ୟ୍ୟାତନା, ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ଓ ଅଶ୍ଳୀଳତା ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ଏସ୍.ୟୁ.ସି.ଆଇ କମ୍ୟୁନିଷ୍ଟ ଉଭୟ ସରକାରଙ୍କୁ ଘେରିଛି । ଚାଷୀଙ୍କ ଋଣ ଛାଡ଼, କୃଷି ଜାତ ଦ୍ରବ୍ୟର ଉଚିତ ସହାୟକ ମୂଲ୍ୟ, ବନ୍ଦ କଳାକାରଖାନାକୁ ପୁନଃ କାର୍ୟ୍ୟକ୍ଷମ କରିବା, ନାରୀ ନିର୍ୟ୍ୟାତନା ଓ ମଦ ବିକ୍ରି ଉପରେ ରୋକ ଲଗାଇବାକୁ ଦାବି କରାଯାଇଛି । ଶତାଧିକ କର୍ମୀ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ବାହାରି ସଚିବାଳୟ ଅଭିମୁଖେ ଯାଇଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୯ ଦଫା ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ବିକ୍ଷୋଭରେ ଦଳର ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ ।