ଦେଶ ବିଦେଶ

ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଙ୍କୁ ଦିଆଯିବନି ହୋମୱର୍କ

Published

on

 

ନୂଆଦିଲ୍ଲୀ : ଏଣିକି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସ୍କୁଲଗୁଡ଼ିକ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରକାର ହୋମୱର୍କ କରି ଆଣିବାକୁ ନିର୍ଦ୍ଦେଶ ଦେଇପାରିବେ ନାହିଁ।ସ୍କୁଲ ଛାତ୍ରଛାତ୍ରୀମାନଙ୍କ ବ୍ୟାଗ୍‌ର ଓଜନ୍‌ କେତେ ରହିବ, ସେକଥା ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ଧାର‌୍ୟ୍ୟ କରାଯାଇଛି। ଏନେଇ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ସରକାରଙ୍କୁ ଚିଠି କରାଯାଇଛି। ନିକଟରେ ମାଡ୍ରାସ ହାଇକୋର୍ଟ ସ୍କୁଲ ଛାତ୍ରଛାତ୍ରୀଙ୍କ ବ୍ୟାଗ୍‌ର ଓଜନ୍‌ ବଢ଼ୁଥିବା ନେଇ ଆପତ୍ତି ଉଠାଇବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।ଗାଇଡ୍‌ ଲାଇନ୍‌ ଅନୁଯାୟୀ, ସ୍କୁଲ ପକ୍ଷରୁ ଏନ୍‌ସିଇଆର୍‌ଟି ବହି ବ୍ୟତୀତ କୌଣସି ଅନ୍ୟ ବହି ଆଣିବାକୁ ପିଲାମାନଙ୍କୁ କୁହାଯିବ ନାହିଁ। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍‌ର ଓଜନ ୧.୫ କେଜିରୁ ଅଧିକ ହେବନାହିଁ। ୩ୟ ଶ୍ରେଣୀରୁ ୫ମ ଶ୍ରେଣୀ ଯାଏ ସ୍କୁଲ ବ୍ୟାଗର ଓଜନ ୩ କେଜି, ଷଷ୍ଠ ଓ ୭ମ ଶ୍ରେଣୀ ପାଇଁ ୪କେଜି, ୮ମ ଓ ୯ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ବ୍ୟାଗର ଓଜନ ୪.୫ କେଜି ଓ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ବ୍ୟାଗର ଓଜନ ୫ କେଜିରୁ ଅଧିକ ହୋଇପାରିବ ନାହିଁ। ସ୍କୁଲ କର୍ତ୍ତୃପକ୍ଷ ଅତିରିକ୍ତ ବହି କିମ୍ବା ଅନ୍ୟ କୌଣସି ଜିନିଷ ଆଣିବାକୁ ନିର୍ଦ୍ଦେଶ ଦେଇପାରିବେ ନାହିଁ। ଏହି ନିୟମ ତତ୍କାଳ ଭାବେ ଲାଗୁ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version