ଦେଶ ବିଦେଶ

ପ୍ରଥମ ଥର ସୁପ୍ରିମକୋର୍ଟରେ ପୂରଣ ହେଲା ଜଜ୍ ପଦ

Published

on

ନୂଆଦିଲ୍ଲୀ ୨୪/୫ : ପ୍ରଥମ ଥର ସୁପ୍ରିମକୋର୍ଟରେ ଖାଲି ପଡ଼ିଥିବା ଜଜଙ୍କ ପଦ ପୂରଣ ହୋଇଛି। ଏହା ସହିତ ଏବେ ସର୍ବୋଚ୍ଚ ନ୍ୟାୟାଳୟରେ ମୋଟ୍ ଜଜ ସଂଖ୍ୟା ୩୧ ହୋଇଛି। ରାଷ୍ଟ୍ରପତି ବୁଧବାର ଚାରି ଜଣ ଜଜଙ୍କୁ ନିଯୁକ୍ତି ଦେଇଛନ୍ତି। ଏଥିରେ ବମ୍ବେ ହାଇକୋର୍ଟର ଜଷ୍ଟିସ ବିଆର ଗବଇ, ହିମାଚଳ ପ୍ରଦେଶ ହାଇକୋର୍ଟର ସୂର‌୍ୟ୍ୟକାନ୍ତ, ଝାରଖଣ୍ଡ ହାଇକୋର୍ଟର ଅନିରୁଦ୍ଧ ବୋସ ଓ ଗୌହ୍ଵାଟୀ ହାଇକୋର୍ଟର ଜଜ ଏ.ଏସ.ବୋପନ୍ନା ସୁପ୍ରିମକୋର୍ଟର ଜଜ ରୂପେ ଶପଥ ନେଇଛନ୍ତି।
ଏହା ପୂର୍ବରୁ ସଂସଦ ସୁପ୍ରିମକୋର୍ଟର ଜଜ ସଂଖ୍ୟା ୨୬ରୁ ବୃଦ୍ଧି କରି ୩୧ କରିଥିଲା। ଏହା ପରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ଵରେ ଗଠିତ କଲେଜିୟମ ଏପ୍ରିଲ ୧୨ରେ ଖାଲି ପଡିଥିବା ଜଜଙ୍କ ପଦ ପୂରଣ ପାଇଁ ସୁପାରିଶ କରିଥିଲେ। ଏହା ପୂର୍ବରୁ କେନ୍ଦ୍ର ଜଜଙ୍କ ବରିଷ୍ଠତା ଓ ରାଜ୍ୟ ପ୍ରତିନିଧିତ୍ଵରେ ସମାନତା ନାମରେ ସୁପାରିଶକୁ ଅଗ୍ରାହ୍ୟ କରିଥିଲା।
ମେ ୮ରେ କଲେଜିୟମର ସିଜେଆଇ ରଞ୍ଜନ ଗୋଗୋଇ, ଜଷ୍ଟିସ ଏସଏ ବୋବଡ଼େ, ଏନଭି ରମାନା, ଅରୁଣ ମିଶ୍ରା ଓ ଆରଏଫ ନରୀମମ ବି ବମ୍ବେ ହାଇକୋର୍ଟର ଜଷ୍ଟିସ ଗବଇ ଓ ହିମାଚଳ ପ୍ରଦେଶ ହାଇକୋର୍ଟର ସିଜେ କାନ୍ତ ସୁପ୍ରିମକୋର୍ଟର ଜଜ ରୂପେ ନିଯୁକ୍ତିକୁ ସୁପାରିଶ କରିଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version