ରାଜ୍ୟ

ପ୍ରଥମ ଦିନରୁ ବିଭ୍ରାଟ : ପ୍ରଶ୍ନପତ୍ର ଭାଇରାଲ

Published

on

ଜୟପୁର ୨୨/୨ : ପରୀକ୍ଷାର ପ୍ରଥମ ଦିନରେ ହିଁ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଜୟପୁର ବନ୍ଧୁଗାଁ ବ୍ଲକର ସରକାରୀ ସ୍କୁଲରେ ପରୀକ୍ଷା ବେଳେ ଲିକ୍ ହୋଇଛି ପ୍ରଶ୍ନପତ୍ର । ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ପ୍ରଶ୍ନପତ୍ର । ତେବେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ବାରଣ ଥିବା ସତ୍ୱେ କିପରି ପ୍ରଶ୍ନପତ୍ର ଭାଇରାଲ ହେଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ଜୟପୁରରେ ନୁହେଁ, କନ୍ଧମାଳ, ନୂଆପଡ଼ା ଓ ଢ଼େଙ୍କାନାଳରେ ପ୍ରଶ୍ନପତ୍ର ଲିକ୍ ହୋଇଛି । ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅସଲି ପ୍ରଶ୍ନପତ୍ର ସହ ମେଳ ଖାଇଛି । ‘ଏ’ ସେଟର ପ୍ରଶ୍ନପତ୍ର ଆଜିର ମାତୃଭାଷା ଓଡ଼ିଆ ‘ଏ’ସେଟ୍ ପ୍ରଶ୍ନପତ୍ର ସହ ମେଳ ଖାଉଛି । ମାତୃଭାଷା ସେଟ ଏର ୩୩ରୁ ୪୪ଯାଏଁ ପ୍ରଶ୍ନପତ୍ର ଅସଲ ପ୍ରଶ୍ନପତ୍ର ସହ ସମାନ ରହିଛି । ବର୍ତମାନ ସୁଦ୍ଧା ଉପଲବ୍ଧ ଭାଇରାଲ ପ୍ରଶ୍ନ ପତ୍ର ଅଂଶ ସହ ଆଜିର ଅସଲି ପ୍ରଶ୍ନପତ୍ର ମେଳଖାଉଛି । ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ମାତୃଭାଷାର ସେଟର ପ୍ରଶ୍ନପତ୍ର ।
ପରୀକ୍ଷାର ପ୍ରଥମ ଦିନରେ ଗୋଟିଏ ପଟେ କ୍ଲାସରୁମରେ ପିଲା ମାତୃଭାଷା ପରୀକ୍ଷା ଦେଉଥିଲେ ଆଉ ଅନ୍ୟପଟେ ମୋବାଇଲରୁ ମୋବାଇଲ ଘୁରିବୁଲୁଲିଲା ପ୍ରଶ୍ନପତ୍ର । ହେଲେ ଗଣଶିକ୍ଷା ବିଭାଗ ପ୍ରଶ୍ନପତ୍ର ଲିକ ଘଟଣାକୁ ଖଣ୍ଡନ କରିଛି । ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପ୍ରଶ୍ନପତ୍ର ଲିକ୍ ଘଟଣାକୁ ଗୁଜବ ବୋଲି କହିଛନ୍ତି । ପ୍ରଶ୍ନପତ୍ର ଲିକ୍ ହୋଇଥିଲେ ତଦନ୍ତ କରାଯିବ । କଡ଼ା ସୁରକ୍ଷା ବଳୟରେ ପ୍ରଶ୍ନପତ୍ରକୁ ରଖାଯାଇଛି । ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା ଜାରି ହୋଇଛି । ଗଣଶିକ୍ଷା ବିଭାଗ ଏହାକୁ ଗୁଜବ ବୋଲି କହୁଥିବା ବେଳେ ଆଗକୁ ଅନ୍ୟ ପରୀକ୍ଷା ଉପରେ ଉଠିଛି ପ୍ରଶ୍ନ ।

Leave a Reply

Your email address will not be published. Required fields are marked *

Trending

Exit mobile version