ଅର୍ଥନୀତି

ପ୍ରଦୀପ ଦାସଙ୍କର ଇରେଡାର ନୂଆ ସି.ଏମ.ଡି ପଦଭାର ଗ୍ରହଣ

Published

on

ନୂଆଦିଲ୍ଲୀ:ବରିଷ୍ଠ କଷ୍ଟ ଆକାଉଟାଣ୍ଟ ଓ କମ୍ପାନୀ ସେକ୍ରେଟାରୀ ଅଧିକାରୀ ପ୍ରଦୀପ କୁମାର ଦାସ ଇଣ୍ଡିଆନ ରିନୁଏବୁଲ ଏନେର୍ଜି ଡେଭେଲପମେଣ୍ଟ ଏଜେନସି ଲିମିଟେଡ଼ (ଇରେଡା) ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ (ସି .ଏମ.ଡି .) ର ପଦଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଦାସ ଇଣ୍ଡିଆନ ଟୁରିଜିମ ଡେଭେଲପମେଣ୍ଟ କର୍ପୋରେସନ (ଆଇ .ଟି.ଡି .ସି ) ର ବିତ୍ତ ନିର୍ଦେଶକ ଓ ମୁଖ୍ୟ ଆର୍ଥିକ ଅଧିକାରୀ ପଦବୀରେ ଆସୀନ ଥିଲେ।

ଆଇ .ଟି.ଡି .ସି ର ଡ଼ିଏଫ ଭାବରେ ସେ କମ୍ପାନୀର ଆର୍ଥିକ ପରିଚାଳନା ଖୁବ ପାରଦର୍ଶୀ ଓ ବଳିଷ୍ଠ ଢଙ୍ଗରେ ସଂଗଠିତ କରିବା ସାଙ୍ଗକୁ ଏହି ସଂସ୍ଥାକୁ ନାସନାଲ ଷ୍ଟକ ଏକ୍ସଚେଞ୍ଜ ରେ ଟ୍ରେଡ଼ ଫର ଟ୍ରେଡ଼ ଶୈଳୀରେ ଵ୍ୟାପାର କରିବା ପାଇଁ ଯୋଗ୍ୟ ବିବେଚିତ କରାଇ ପାରିଥିଲେ। ଏହା ସହିତ ଆଇ .ଟି.ଡି .ସି ଅଧିନସ୍ଥ ହୋଟେଲ ମାନଙ୍କରେ ପୁଞ୍ଜି ପ୍ରତ୍ୟାହାର ସୁଚାରୁ ରୂପେ ସମ୍ପର୍ଣ୍ଣ କରିବାରେ ସେ ଉଲେଖ୍ୟ ଯୋଗ୍ୟ ଭୂମିକା ଗ୍ରହଣ କରିଥିଲେ। ଏହା ପୂର୍ବରୁ ଦାସ ଆର୍.ଇ.ସି,ଭେଲ, ଏନ.ପି.ସି.ଆଇ.ଏଲ, ବି.ଏଚ୍.ଏଫ.ଭି ଏବଂ କେ. ପି. ଏଲ. ଆଦି ସଂସ୍ଥାର ଗୁରୁତ୍ୱପୂର୍ଣ ପଦ ପଦବୀ ମାନଙ୍କରେ ରହି ଜଣେ ଓଡ଼ିଆ ଅଧିକାରୀ ଭାବେ ଖୁବ ସୁନାମ ଅର୍ଜନ କରିଛନ୍ତି। ବିଶେଷ କରି ଦ୍ରବ୍ୟ ଉତ୍ପାଦନ , ନୀତି ନିର୍ଦ୍ଧାରଣ ତଥା ପ୍ରଣୟନ ବାବଦରେ ତାଙ୍କର ନୂତନତ୍ୱ ଚିନ୍ତାଧାରା , ଫଳପ୍ରସ୍ୱ ପ୍ରୟୋଗାତ୍ମକ ଶୈଳୀ , ଗଛିତ ସମ୍ବଳର ସମ୍ପୂର୍ଣ ଗୁଣାତ୍ମକ ବିନିଯୋଗ ଏବଂ ବ୍ୟାପାର , କାରବାର ଓ ରି ଇଂଜିନିରିଂ କ୍ଷେତ୍ରରେ ତାଙ୍କର ଯୁଗାନ୍ତକାରୀ ପଦକ୍ଷେପ କର୍ପୋରେଟ ଜଗତରେ ବେଶ ଆଦୃତ ହୋଇଛି। ଇରେଡା ର ସର୍ବୋଚ୍ଚ ପଦବୀରେ ଯୋଗଦେବା ପରେ ଏହାର କର୍ମଚାରୀ ମାନଙ୍କୁ ସମ୍ବୋଧନ କରି ଦାସ, ରାଷ୍ଟ୍ରର ଶକ୍ତି ସୁରକ୍ଷା ଦିଗରେ ଇରେଡା ଖୁବ ପ୍ରଭାବଶାଳୀ ଯୋଗଦାନ ପ୍ରଦାନ କରିବ ବୋଲି ଦମ୍ଭ ପ୍ରକାଶ କରିଥିଲେ।
ଯାଜପୁର ଜିଲ୍ଲା ର ରଣପୁର ନିବାସୀ ପ୍ରଦୀପ ଦାସ ଶ୍ରୀଵନ୍ତ ହାଇସ୍କୁଲ ରେ ତାଙ୍କର ସ୍କୁଲ ଶିକ୍ଷା ସମାପ୍ତ କରି କୋଲକାତା ବିଶ୍ୱବିଦ୍ୟାଳୟରୁ ଵିକମ ଅନର୍ସ ରେ ଡିଗ୍ରୀ ଲାଭ କରିଥିଲେ। ଏହାପରେ ସେ ଇନ୍ଷ୍ଟିଟ୍ୟୁଟ ଅଫ କଷ୍ଟ ଆକାଉଟାଣ୍ଟ ଅଫ ଇଣ୍ଡିଆ ର ଫେଲୋ ଓ ଇନ୍ଷ୍ଟିଟ୍ୟୁଟ ଅଫ କମ୍ପାନୀ ସେକ୍ରେଟେରୀଜ ଅଫ ଇଣ୍ଡିଆ ର ସହଯୋଗୀ ସଦସ୍ୟ ହେବାର ମାନ୍ୟତା ହାସଲ କରିବା ସାଙ୍ଗକୁ ଭୁବନେଶ୍ୱର ସ୍ଥିତ ଜାଭିଅର ଇନ୍ଷ୍ଟିଟ୍ୟୁଟ ଅଫ ମ୍ୟାନେଜେମେଣ୍ଟ ରୁ ମ୍ୟାନେଜେମେଣ୍ଟ ରେ ପି.ଜି . ଡିପ୍ଲୋମା ଗ୍ରହଣ କରିବାର ଯୋଗ୍ୟତା ଅର୍ଜନ କରିଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version