ଭୁବନେଶ୍ୱର ୨୧/୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ତାରିଖରେ ଓଡ଼ିଶା ଗସ୍ତରେ ଆସୁଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବ୍ଲ୍ୟୁ ବୁକ୍ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ଭୁବନେଶ୍ୱର-କଟକ ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସୁରକ୍ଷା ଦାୟିତ୍ୱରେ ୨୫ଜଣ ଡିଏସପି ଓ ଉପର ର୍ୟାଙ୍କର ଅଫିସରଙ୍କୁ ନିୟୋଜିତ କରାଯିବ । ଏହି ଦାୟିତ୍ୱରେ ୧୫୦ଜଣ ଇନ୍ସପେକ୍ଟର ଓ ସବଇନ୍ସପେକ୍ଟରଙ୍କୁ ମଧ୍ୟ ମୁତୟନ କରାଯିବ । ଏସପିଜି ଏହି ସୁରକ୍ଷା ବ୍ୟବସ୍ଥାରେ ସାମିଲ ହେବ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ଇତି ମଧ୍ୟରେ ଏସପିଜି ଓ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଛି ।