ରାଜ୍ୟ

ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପିସିସି ଦେଲା ୨୦ ଲକ୍ଷ

Published

on

ଭୁବନେଶ୍ୱର ୪/୧୨ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିକୁ ୨୦ ଲକ୍ଷ ୨୦ ହଜାର ୫ଶହ ୪ ଟଙ୍କା ଦାନ କରିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏହି ଅର୍ଥ ପ୍ରଦାନ କରିଛନ୍ତି । କଂଗ୍ରେସ ପକ୍ଷରୁ ଜନସାଧାରଣଙ୍କଠାରୁ ଏହି ଅର୍ଥ ସଂଗ୍ରହ କରାଯାଇଛି । ରାଉରକେଲା ସୁପରସ୍ପେସିଆଲିଟି ହସ୍ପିଟାଲ ପାଇଁ ପାଣ୍ଠି ସଂଗ୍ରହ ସକାଶେ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଲୋକମାନଙ୍କୁ ଅନୁରୋଧ କରିଥିଲେ । ଅନ୍ଲାଇନ୍ରେ ଓଡ଼ିଶାର ଜନସାଧାରଣଙ୍କ ଠାରୁ ଏହି ପାଣ୍ଠି ସଂଗ୍ରହ କରାଯାଇଥିଲା । ଏହି ପ୍ରତିନିଧି ଦଳରେ ଏଆଇସିସି ସମ୍ପାଦକ ଅନିଲ୍ ଚୋ÷ଧୁରୀ, ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମା, ବିଧାୟକ ଜର୍ଜ ତିର୍କୀ, ଅନନ୍ତ ପ୍ରସାଦ ସେଠୀ, ଜଗନ୍ନାଥ ପଟ୍ଟନାୟକ, ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ରବୀ ରାୟ, ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ, ସାମାଜିକ ଗଣମାଧ୍ୟମ ସଂଯୋଜକ ଅଭିଷେକ୍ ମହାନନ୍ଦ, ଶ୍ରୀମତୀ ସୁଚିତ୍ରା ମହାନ୍ତି ପ୍ରମୁଖ ରହିଥବଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version