ରାଜ୍ୟ

ମୋଦିଙ୍କ ସୁରକ୍ଷା ପାଇଁ ୪୫ ପ୍ଲାଟୁନ ପୋଲିସ୍

Published

on

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିନିକିଆ ଓଡିଶା ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ୍ ବାହିନୀ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୪୫ ପ୍ଲାଟୁନ ପୋଲିସ୍ ମୁତୟନ କରାଯିବାର ବନ୍ଦୋବସ୍ତ କରାଯାଇଛି । ଦଶ ଜଣ ଅତିରିକ୍ତ ପାହ୍ୟାର ଏସ୍ପି, ୩୦ ଡିଏସ୍ପି, ୫୦ ଇନ୍ସପେକ୍ଟର ଓ ୧୦୦ ଉର୍ଦ୍ଧ ଅଫିସର ଦାୟୀତ୍ୱରେ ରହିବେ ।
କେନ୍ଦ୍ରାଂଚଳ ଆଇଜି ସୈାମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଟିତ ସୁରକ୍ଷା ସମୀକ୍ଷା ବୈଠକରେ ପୋଲିସ ମୁତୟନ ସଙ୍ଗେ ସଙ୍ଗେ ଟ୍ରାଫିକ ଚଳାଚଳର କଟକଣା ଲାଗୁ କରାଯିବାର ନିଷ୍ପତି ହୋଇଛି । ଯାନବାହାନ ରଖିବା ପାଇଁ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ପାଂଚଟି ସ୍ଥାରେ ପାର୍କିଂର ବ୍ୟବସ୍ଥା କରାଯିବ । ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳକୁ ପାଣି ବୋତଲ ଓ ପାଉଚ ନେବା ଉପରେ କଟକଣା ଲାଗୁ ହେବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭୁବନେଶ୍ୱରରେ ପହଂଚିବା ପରେ ଖୋର୍ଦ୍ଧର ଜଟଣୀ ନିକଟସ୍ତ ଅରଗୁଳ ଯାଇ ସେଠାରେ ଆଇଆଇଟି ଭୁବନେଶ୍ୱରର ନୂତନ କ୍ୟାମ୍ପସ୍କୁ ଉଦ୍ଘାଟନ କରିବେ । ମୋଦି ଓଡିଶାରେ ମାତ୍ର ତିନି ଘଂଟା ରହିବେ ଏବଂ ଏହି ସମୟରେ ଅନ୍ୟ କେତକ ପ୍ରକଳ୍ପର ଶିଳାନ୍ୟାସ କରିବେ ।

Leave a Reply

Your email address will not be published. Required fields are marked *

Trending

Exit mobile version