ନୂଆଦିଲ୍ଲୀ ୨୭/୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜରୁରୀକାଳୀନ ବୈଠକ ଡକାଇ ଲଢୁଆ ବିମାନକୁ ପ୍ରସ୍ତୁତ ରହିବାକୁ ଆଦେଶ ଦେଇଛନ୍ତି। ବୈଠକ ଏବେ ବି ଜାରି ରହିଛି। ଜମ୍ମୁ-ପଠାନକୋଟ ରାଷ୍ଟ୍ରୀୟ ରାଜମାର୍ଗରେ ସେନାକୁ ମୁତୟନ କରି ଦିଆଯାଇଛି। ସୀମା ନିକଟବର୍ତ୍ତୀ ସବୁ ଇଲାକାରେ ହାଇ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଇଲାକାରେ ରହୁଥିବା ନାଗରିକଙ୍କୁ ନିଜ ନିଜର ଘରୁ ବାହାରକୁ ନ ବାହାରିବା ପାଇଁ ଆଦେଶ ଦିଆଯାଇଛି। ଜାମ୍ମୁ-କାଶ୍ମୀରରେ ନିୟନ୍ତ୍ରଣ ରେଖାର ପାଞ୍ଚ କିଲୋମିଟର ପରିଧିରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ଅସ୍ଥାୟୀ ରୂପେ ବନ୍ଦ ରକିବାକୁ ଆଦେଶ ଦିଆଯାଇଛି। ଗୁଇନ୍ଦା ଏଜେନ୍ସି ସହିତ ସେନା ଓ ବିଏସଏଫକୁ ହାଇ ଆଲର୍ଟରେ ରଖାଯାଇଛି।
ଅନ୍ୟ ପଟେ ପାକିସ୍ତାନ ମଧ୍ୟ ନିଜର ପ୍ରସ୍ତୁତିକୁ ଜୋରଦାର କରିଛି। ସେଠାକାର ସେନା ମୁଖ୍ୟ, ଗୁଇନ୍ଦା ଏଜେନ୍ସି ଜୋରଦାର ବୈଠକ କରି ଭାରତର ମୁକାବିଲା କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ପାକିସ୍ତାନ ମନ୍ତ୍ରୀଙ୍କ କହିବା କଥା ଆଗାମୀ ୭୨ ଘଣ୍ଟା ବହୁତ ମହତ୍ଵପୂର୍ଣ୍ଣ। ଯଦି ଭାରତ ସହ ଯୁଦ୍ଧ ହୁଏ ତେବେ ଦ୍ଵିତୀୟ ବିଶ୍ଵ ଯୁଦ୍ଧଠୁ ମଧ୍ୟ ଏହି ଯୁଦ୍ଧ ବଡ଼ ହେବ। ଏହି କଥା ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରାଶିଦ ଅହମ୍ମଦ କହିଛନ୍ତି। ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଏହି ଯୁଦ୍ଧ ବହୁତ ଭୟାନକ ହେବ। କାରଣ ପାକିସ୍ତାନ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ। ପାକିସ୍ତାନ ପୂରା ଯୁଦ୍ଧ କରିବା ସ୍ଥିତିରେ ରହିଛି। ରେଲଓ୍ଵେ ପ୍ରଥମରୁ ହିଁ ଜରୁରୀକାଳୀଣ ସ୍ଥିତିର ପାନ କରୁଛି। ଏହା ଦୁଇ ଦେଶ ମଧ୍ୟରେ ନିର୍ଣ୍ଣାୟକ ଲଢେଇ ହେବ। ସେ ଯୁଦ୍ଧ ହେଉ କି ଶାନ୍ତି ଆଗାମୀ ୭୨ ଘଣ୍ଟା ବହୁତ ମହତ୍ଵପୂର୍ଣ୍ଣ ହେବ।