ଦେଶ ବିଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧୀନରେ ପେନସନ, ଆଣବିକ ଶକ୍ତି ବିଭାଗ

Published

on

ନୂଆଦିଲ୍ଲୀ ୩୧/୫ : ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ଶୁକ୍ରବାର ଦିନ ଭାରତର ରାଷ୍ଟ୍ରପତି କେନ୍ଦ୍ରମନ୍ତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ମନ୍ତ୍ରାଳୟ ବଣ୍ଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ହାତରେ ରଖିଛନ୍ତି କିଛି ବିଭାଗ । କର୍ମଚାରୀ, ସାଧାରଣ ଅଭିଯୋଗ ଏବଂ ପେନସନ୍, ଆଣବିକ ଶକ୍ତି ବିଭାଗ, ମହାକାଶ ବିଭାଗ ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ ଏବଂ କୌଣସି ମନ୍ତ୍ରୀଙ୍କୁ ଦିଆ ଯାଇ ନଥିବା ବିଭାଗ ମୋଦିଙ୍କୁ ଦିଆଯାଇଛି ।
ଅମିତ ଶାହଙ୍କୁ ଗୃହ ମନ୍ତ୍ରାଳୟ ବିଭାଗ, ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ବିଭାଗ, ନିର୍ମଳା ସୀତାରମଣଙ୍କୁ ବିଭାଗଅର୍ଥ ମନ୍ତ୍ରାଳୟ, ଏସ ଜୟଶଙ୍କରଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟନୀତୀନ ଗଡ଼କରୀଙ୍କୁ ସଡ଼କ ପରିବହନ, ରାଜପଥ ମନ୍ତ୍ରାଳୟ, ସଦାନନ୍ଦ ଗୌଡ଼ାଙ୍କୁ ସାର ଓ ରସାୟନ ମନ୍ତ୍ରାଳୟ, ରାମବିଳାସ ପାଶ୍ୱାନଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରାଳୟ, ନରେନ୍ଦ୍ର ସିଂ ତୋମାରଙ୍କୁ କୃଷି, ଗ୍ରାମ୍ୟ ଉନ୍ନୟନ , ପଞ୍ଚାୟତିରାଜ ମନ୍ତ୍ରାଳୟ, ରବି ଶଙ୍କର ପ୍ରସାଦଙ୍କୁ ଆଇନ, ଯୋଗାଯୋଗ, ସୂଚନା ପ୍ରଯୁକ୍ତି ମନ୍ତ୍ରୀ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version