ଦେଶ ବିଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ

Published

on

ତ୍ସ୍ନ଼ୂଇ୍ଳ’଼୍ୱ୍ମ଼୍ରୁ ୨୧/୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ । ସୁରକ୍ଷିତ ନାହାନ୍ତି ଦେଶର ପ୍ରଧାନମନ୍ତ୍ରୀ । ୫୦୦ ଟଙ୍କିଆ ନୋଟରେ ମୋଦିଙ୍କୁ ହତ୍ୟା ନେଇ ଧମକ ଦିଆଯାଇଛି । ନୋଟରେ ମାଲାୟଲାମ ଭାଷାରେ କିଛି ଲେଖାହୋଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ଦେଖି ସୁରକ୍ଷା ଏଜେନ୍ସି ଗୁଡ଼ିକ ଆକ୍ସନରେ ଆସିଯାଇଛନ୍ତି ।
ମିଡ଼ିଆ ରିପୋର୍ଟ ଅନୁସାରେ କେରଳର ତ୍ରିଶୁରର ଗୁରୁବାୟୁର ମନ୍ଦିରର କାର‌୍ୟ୍ୟାଳୟକୁ ଏକ ସନ୍ଦିଗ୍ଧ ଚିଠି ଆସିଥିଲା । ଲଫାପା ଭିତରେ ଥିଲା ଗୋଟିଏ ୫୦୦ ଟଙ୍କିଆ ନୋଟ୍ । ନୋଟରେ ମାଲାୟଲାମ ଭାଷାରେ ମୋଦିଙ୍କୁ ଜୀବନରେ ମାରିଦିଆଯିବ ବୋଲି ସନ୍ଦେଶ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ଗଳାକାଟି ହତ୍ୟା କରାଯିବା ବୋଲି ସ୍ପଷ୍ଟ ଭାବରେ ନୋଟରେ ଲେଖାହୋଇଛି । ସୂଚନାଯୋଗ୍ୟ ମାଳଦ୍ୱୀପ ଓ ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଉକ୍ତ ମନ୍ଦିର ଦର୍ଶନରେ ଯାଇଥିଲେ ମୋଦି ।
ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ମିଳିବା ପରେ ସୁରକ୍ଷାବ୍ୟସ୍ଥା କଡ଼ାକଡ଼ି କରିଦିଆଯାରଇଛି । କିଏ ଚିଠି ପଠାଇଛି ତାହାର ଛାନଭିନ୍ ଆରମ୍ଭ ହୋଇଯାଇଛି । କେଉଁ ଉଦ୍ଦେଶ୍ୟ ତଥା କେଉଁଠାରୁ ଚିଠି ଆସିଛି ଖୋଳତାଡ଼ ଚାଲିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version