ରାଜନୀତି

ପ୍ରଫୁଲ୍ଲଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର

Published

on

ଭୁବନେଶ୍ୱର ୧୮/୩ : ପ୍ରଫୁଲ୍ଲ ଘଡାଇଙ୍କ ଉପରୁ ବିଜେଡି ହଟାଇଲା ବହିଷ୍କାର କଟକଣା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଫୁଲ୍ଲଙ୍କ ଉପରୁ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ସୁକିନ୍ଦାର ପୂର୍ବତନ ବିଧାୟକ ପ୍ରଫୁଲ୍ଲଙ୍କ ପ୍ରଫୁଲ୍ଲ ଘଡାଇଙ୍କୁ ୨୦୧୪ ସେପ୍ଟେମ୍ବରରେ ଦଳରୁ ବହିଷ୍କାର କରିଥିଲେ ବିଜେଡି ସୁପ୍ରିମୋ ।
ଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ପାଇଁ ବିଜେଡିରୁ ବହିଷ୍କାର ହୋଇଥିଲେ ପ୍ରଫୁଲ୍ଲ । ଏପରିକି ତାଙ୍କୁ ଗତ ନିର୍ବାଚନରେ ଟିକେଟ ମଧ୍ୟ ଦେଇନଥିଲା ଦଳ । ତାଙ୍କ ବଦଳରେ ପୁଅ ପ୍ରୀତିରଞ୍ଜନ ଘଡାଇଙ୍କୁ ଦଳ ସୁକିନ୍ଦାରୁ ପ୍ରାର୍ଥୀ କରିଥିଲା । ଦଳରୁ ବହିଷ୍କାର ହେବା ପରେ ମଧ୍ୟ ପ୍ରଫୁଲ୍ଲ ବିଜେଡି ପ୍ରତି ଲଗାତାର ଆନୁଗତ୍ୟ ଦେଖାଇ ଆସିଛନ୍ତି । ଅନ୍ୟ ଦଳକୁ ନଯାଇ ବିଜେଡି ପାଇଁ କାମ କରି ଆସୁଥିଲେ ପ୍ରଫୁଲ୍ଲ । ଆଉ ଯେତେବେଳେ ଆଗାମୀ ନିର୍ବାଚନ ଜିତିବା ପାଇଁ ବିଜେଡି ରଣନୀତି କରୁଛି ସେତେବେଳେ ପ୍ରଫୁଲ୍ଲଙ୍କ ଭଳି ଅନୁଭବୀ ନେତାଙ୍କର ଆବଶ୍ୟକତା ଅନୁଭବ କରିଛି ଦଳ ।

Leave a Reply

Your email address will not be published. Required fields are marked *

Trending

Exit mobile version