ନୂଆଦିଲ୍ଲୀ:କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀ ରେଳ ଯୋଗେ ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଠାରୁ ଟିକଟ ଅର୍ଥ ଆଦାୟ ପ୍ରସଙ୍ଗ ଉଠାଇବା ପରେ କେନ୍ଦ୍ର ସରକାର ଅଡୁଆରେ ପଡିଯାଇଛନ୍ତି। ଯଦିଓ ସରକାର ଟିକଟର ୮୫ ପ୍ରତିଶତ ଅର୍ଥ ବହନ କରିବେ ବୋଲି କହି କିଛିଟା ଭାବମୂର୍ତି ରକ୍ଷାକରିବାରେ ସଫଳ ହୋଇଛନ୍ତି ହେଲେ ସରକାରଙ୍କର ଅଡୁଆ ତୁଟିନି।
ରେଳବାଇ ଅଫିସରମାନେ ଏବେବି ଚିନ୍ତାରେ ଅଛନ୍ତି ଯେ ସରକାର ଏ ୮୫ ପ୍ରତିଶତ ଭଡା ବହନ କରିବାର ନିଷ୍ପତ୍ତିରେ କିପରି ପହଁଚିଲେ। ସରକାରଙ୍କ ଏହି ୮୫-୧୫ ପ୍ରତିଶତ ପଛରେ କଣ ଗଣିତ ଅଛି। ଟ୍ରେନ ଯାତ୍ରୀ ନେଇ ଯିବ କିନ୍ତୁ ଖାଲି ଫେରିବ । ରେଳବାଇ କଣ ଏହି ୧୫ ପ୍ରତିଶତ ଭଡା ପାଇ ଏଭଳି ଟ୍ରେନ ଚଳାଇ ପାରିବ । କେନ୍ଦ୍ରସରକାର କଣ ଏହି ୮୫ ପ୍ରତିଶତ ଅର୍ଥ ରେଳବାଇକୁ ଭରଣା କରିବେ । ଯଦି ନ କରନ୍ତି ତାହେଲେ ରେଳବାଇ ନିଜେ ବହନ କରି ପାରିବ ତ? ଅନ୍ୟ ପକ୍ଷରେ ୧୫ ପ୍ରତିଶତ ଭଡା କିଏ ଦେବା ତାହା ମଧ୍ୟ ଏକ ବଡ ପ୍ରଶ୍ନ। ଯାତ୍ରୀ ଦେବେ,ରାଜ୍ୟ ସରକାର ଦେବେ ନା ରାଜ୍ୟ କଂଗ୍ରେସ ସଭାପତି ଦେବେ?