ଭୁବନେଶ୍ୱର ୩୧/୧ : କୋ÷ଣସି ବଡ଼ବଡ଼ିଆ ବା ପ୍ରଭାବଶାଳୀ ଲୋକ କାଳିଆ ଯୋଜନାରେ ସାମିଲ ହୋଇନାହାନ୍ତି କି ସେମାନଙ୍କ ଆକାଉଣ୍ଟକୁ ସହାୟତା ରାଶି ପ୍ରଦାନ କରାଯାଇନାହିଁ । କାଳିଆ ଯୋଜନାରେ କିଛି ପ୍ରଭାବଶାଳୀ ଲୋକ ସାମିଲ ହୋଇଥିବା ଅଭିଯୋଗକୁ ଅସ୍ୱୀକାର କରି କୃଷି ସଚିବ ସୋ÷ରଭ ଗର୍ଗ କହିଛନ୍ତି ଯେ, ଗତ ଜାନୁଆରୀ ପହିଲାରେ ଏକ ପ୍ରାଥମିକ ହିତାଧିକାରୀ ତାଲିକା ପ୍ରସ୍ତୁତ କରାଯାଇଥିଲା । ଏଥିରେ ୨୦ ଲକ୍ଷ ୪୩ ହଜାର ଲୋକଙ୍କ ନାମ ଥିଲା । କିନ୍ତୁ ସେଗୁଡ଼ିକୁ ଭଲକରି ଯାଂଚ କରାଯିବା ପରେ ଚୂଡ଼ାନ୍ତ ତାଲିକାରେ ୧୨ ଲକ୍ଷ ୪୫ ହଜାର ହିତାଧିକାରୀଙ୍କୁ ସ୍ଥାନ ଦିଆଯାଇଥିଲା । ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ରାଶି ପ୍ରଦାନ କରାଯାଇଛି । ତଥାପି ଭୁଲ ବଶତଃ କୋ÷ଣସି ବଡ଼ବଡ଼ିଆଙ୍କ ଆକାଉଣ୍ଟକୁ ସହାୟତା ରାଶି ଯାଇଥିବା ପ୍ରମାଣ ମିଳେ ତେବେ ସେହି ଅର୍ଥ ନିଶ୍ଚିତ ଭାବେ ଫେରାଇ ଅଣାଯିବ ।