ଦେଶ ବିଦେଶ

ପ୍ରମୋଦ ସାୱନ୍ତ ଗୋଆ ମୁଖ୍ୟମନ୍ତ୍ରୀ

Published

on

ଗୋଆ 20/3 : ପ୍ରମୋଦ ସାୱନ୍ତଙ୍କ ଗୋଆ ବିଜେପି ସରକାର ବହୁମତର ପ୍ରମାଣ ଦେବାରେ ସଫଳ ହୋଇଛି । ଗୋମନ୍ତକ ପାର୍ଟି, ଗୋଆ ଫରୱାର୍ଡ ପାର୍ଟି ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ମେଂଟ ସରକାର କରିଥିବା ବିଜେପି ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିଛି । ବିଜେପିର ୧୨ ବିଧାୟକ, ମହାରାଷ୍ଟ୍ର ଗୋମନ୍ତକ ପାର୍ଟିର ୩ଜଣ, ଗୋଆ ଫରୱାର୍ଡ ପାର୍ଟିର ଜଣେ ଓ ଅନ୍ୟ ୩ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ହାସଲ କରି ପୁଣି ଥରେ ମେଂଟ ସରକାରକୁ ବଜାୟ ରଖିବାରେ ସଫଳ ହୋଇଛି ବିଜେପି ।
ପାରିକରଙ୍କ ନିଧନ ପରେ ଗୋଆରେ ରାଜନୈତିକ ସଂକଟ ଦେଖା ଦେଇଥିଲା । କଂଗ୍ରେସ ସରକାର ଗଠନ କରିବାକୁ ରାଜ୍ୟପାଳଙ୍କୁ ଭେଟି ଦାବି ମଧ୍ୟ କରିଥିଲା । ହେଲେ ବିଜେପିର କେଇ ଘଂଟାର କସରତ ପରେ ଟଳିଥିଲା ସଂକଟ । ଆଉ ପ୍ରମୋଦ ସାୱନ୍ତଙ୍କୁ ମେଂଟର ନେତା ଭାବେ ଚୟନ କରିଥିଲେ ବିଧାୟକ । ଗୋଆରେ କଂଗ୍ରେସ ବଡ ଦଳ ଥାଇ ବି ମେଂଟ ଜରିଆରେ ବିଜେପି ସରକାର ଗଠନ କରିବାକୁ ସଫଳ ହୋଇଛି । ଏହା ସହିତ ପାରିକରଙ୍କ ନିଧନ ପରେ ଗୋଆ ରାଜନୀତିରେ ଆରମ୍ଭ ହୋଇଥିବା ଛକାପଞ୍ଝାର ଅବସାନ ଘଟିଛି । ମୁଖ୍ୟମନ୍ତ୍ରୀ ଭାବେ ପ୍ରମୋଦ ସାୱନ୍ତ ଶପଥ ଗ୍ରହଣ କରିସାରିଛନ୍ତିା

Leave a Reply

Your email address will not be published. Required fields are marked *

Trending

Exit mobile version