ରାଜନୀତି

ପ୍ରାର୍ଥୀ ଘୋଷଣା କଲା କଳିଙ୍ଗ ସେନା

Published

on

ଭୁବନେଶ୍ୱର ୨୫/୩ : ନିର୍ବାଚନରେ କଳିଙ୍ଗ ସେନା ରାଜ୍ୟରେ ୨୦ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି। କଳାହାଣ୍ଡି ଲୋକସଭା ଆସନ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ୧୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ଗତକାଲି ସାମ୍ବାଦିକ ଭବନ ପରିସରରେ ଦଳ ସୁପ୍ରିମୋ ହେମନ୍ତ ରଥ ଏହି ସୂଚନା ଦେବା ଅବସରରେ କହିଛନ୍ତି, ନିର୍ବାଚନରେ ଯୁବପିଢ଼ି ଓ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି। କଳିଙ୍ଗ ସେନାକୁ କ୍ରିକେଟ୍ ବ୍ୟାଟ୍ ଦଳୀୟ ଚିହ୍ନ ମିଳିଛି।
ପ୍ରାଥମିକ ପର‌୍ୟ୍ୟାୟରେ ବିଭିନ୍ନ କ୍ରିକେଟ୍ ଟିମ୍କୁ ଏକ ଲକ୍ଷ ବ୍ୟାଟ୍ ପ୍ରଦାନ କରାଯିବ। ପରବର୍ତ୍ତୀ ପର‌୍ୟ୍ୟାୟରେ ଅନ୍ୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ତେବେ ଦଳ ସୁପ୍ରିମୋ ଭାବେ ସେ ଏଥର ନିର୍ବାଚନ ନ ଲଢ଼ି ପ୍ରାର୍ଥୀମାନଙ୍କୁ ଉତ୍ସାହିତ କରିବା ପାଇଁ ଯୋଜନା କରିଥିବା କହିଛନ୍ତି। ଖୁବ୍‌ଶୀଘ୍ର ତାରକା ପ୍ରଚାରକ ଓ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବ ବୋଲି ସେ କହିଛନ୍ତି।
କଳାହାଣ୍ଡି ଲୋକସଭା ଆସନ ପାଇଁ ଉଦୟନାଥ ଶବରଙ୍କ ନାମ ଘୋଷଣା ହୋଇଥିବା ବେଳେ ବିଧାୟକ ପ୍ରାର୍ଥୀ ଭାବେ ନର୍ଲାରୁ ସୁରେଶ ସାହୁ, ଭବାନୀପାଟଣାରୁ ବୃନ୍ଦାବନ ସୁନା, ଧର୍ମଗଡ଼ରୁ ବୈକୁଣ୍ଠ ଧଙ୍ଗଡ଼ାମାଝୀ, ବରିରୁ ପ୍ରକାଶ ନାୟକ, ସୁକିନ୍ଦାରୁ ଯଦୁମଣି ମହାନ୍ତ, ବଡ଼ଚଣାରୁ ଦୀପକ ସାହୁ, ଧର୍ମଶାଳାରୁ ରବୀନ୍ଦ୍ର ଧିର, ଘସିପୁରାରୁ ଜଗବନ୍ଧୁ ମହାନ୍ତ, କେଉଁଝର ସଦରରୁ ଅଭୟ ସିଂହ, ଚମ୍ପୁଆରୁ ଗଙ୍ଗା ମହାକୁଡ଼, ନୟାଗଡ଼ରୁ ଶ୍ରୀକାନ୍ତ ଦାସ, ରଣପୁରରୁ ରେଣୁବାଳା ମହାନ୍ତି, ଖଣ୍ଡପଡ଼ାରୁ କୃତିବାସ ସାହୁ, ଦଶପଲ୍ଲାରୁ ଅରୁ ଦେଈ, ଭଦ୍ରକରୁ ଅଶୋକ ସାହୁ, ଖଲ୍ଲିକୋଟରୁ ରଞ୍ଜନ ଡାଙ୍ଗୁଆ, ଭଞ୍ଜନଗରରୁ ସୁରେଶ ନାଇକ, ଜଟଣୀରୁ ଅନାମ ପରିଡ଼ା ଓ କନ୍ଧମାଳରୁ ଅନନ୍ତ କହଁର ନାମ ରହିଛି।

Leave a Reply

Your email address will not be published. Required fields are marked *

Trending

Exit mobile version