ନୂଆଦିଲ୍ଲୀ ୨୬/୩ : କଂଗ୍ରେସର ପୂର୍ବାଂଚଳ ମହାସଚ୍ଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଏକ କାର୍ୟ୍ୟକୁ ନେଇ କେନ୍ଦ୍ରୀୟ ଜଳ ସଂସାଧନ, ନଦୀ ବିକାଶ ଏବଂ ଗଙ୍ଗା କାର୍ୟ୍ୟକଳାପ ମନ୍ତ୍ରୀ ନିତିନ ଗଡକରୀ ଟାର୍ଗେଟ କରିଛନ୍ତି । ୟୁପିଏର ଦଶ ବର୍ଷ ଶାସନକାଳ ମଧ୍ୟରେ କଣ ପ୍ରିୟଙ୍କା ଗାନ୍ଧୀ ଗଙ୍ଗା ଜଳ ପାନ କରି ପାରିଥାନ୍ତେ ବୋଲି ନିତିନ ଗଡକରୀ ତାଙ୍କୁ ପ୍ରଶ୍ନ କରିଛନ୍ତି ।
ନିତିନ ଗଡକରୀ ପ୍ରିୟଙ୍କାଙ୍କୁ କଟାକ୍ଷ କରି ପ୍ରଶ୍ନ କରିଛନ୍ତି, ଯଦି ସେ ଗଙ୍ଗା ନଦୀରେ ବାରଣାସୀ-ପ୍ରୟାଗରାଜ ଜଳମାର୍ଗ ନିର୍ମାଣ ନକରିଥାନ୍ତେ ତେବେ କଂଗ୍ରେସ ମହାସଚ୍ଚିବଙ୍କ ଗଙ୍ଗା ଯାତ୍ରା କିଭଳି ସଫଳ ହୋଇଥାନ୍ତା । ତାବେ ନିର୍ବାଚନ ଘୋଷଣାର କିଛି ଦିନ ପୂର୍ବରେ ପ୍ରୟଙ୍କାଙ୍କୁ କଂଗ୍ରେସର ପୂର୍ବାଂଚଳ ମହାସଚ୍ଚିବ ପଦଭାର ଦିଆଯାଇଥିଲା । ଏଥିପାଇଁ ପ୍ରୟଙ୍କାଙ୍କୁ କିଛି ଦିନ ପୂର୍ବରୁ ବାରଣାସୀ-ପ୍ରୟାଗରାଜ ଜଳମାର୍ଗ ଗସ୍ତ କରିବାକୁ ପଡିଥିଲା । ଏହି ସମୟରେ ପ୍ରିୟଙ୍କା ନାଆ ଉପରେ ବସି ଏହି ଷ୍ଟଂଟ କରିଥିଲେ । ଯାହାକୁ କଂଗ୍ରେସ ହିନ୍ଦୁ ଆସ୍ଥାର ନାମ ଦେଇଥିବା ବେଳେ ବିଜେପି ଏହାକୁ ନିର୍ବାଚନୀ ଷ୍ଟଂଟର ନାମ ଦେଇଛି ।
ଏହି ମଧ୍ୟରେ ନିତିନ ଗଡକରୀଙ୍କ ଏକ ବର୍ଷ ମଧ୍ୟରେ ଅର୍ଥାତ ୨୦୨୦ ପର୍ୟ୍ୟନ୍ତ ଗଙ୍ଗାର ୧୦୦ ପ୍ରତିଶତ ଶୁଦ୍ଧିକରଣରେ ସଫଳତା ହାସଲ କରିବେ ବୋଲି ଦାବୀ କରିଛନ୍ତି । ସେ ୨୬,୦୦୦ କୋଟି ଗଙ୍ଗା ପ୍ରୋଜେକ୍ଟକୁ ନେଇ ଗର୍ବିତ ଅନୁଭବ କରୁଛନ୍ତି ।