ନୂଆଦିଲ୍ଲୀ ୨୮/୪ : ଜାତୀୟ ଦଳ ଗୁଡ଼ିକ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ଆଉ ଏଥି ମଧ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସାମ୍ବାଦିକଙ୍କ ସହ କଥା ହେଲାବେଳେ ପ୍ରିୟଙ୍କା କହିଛନ୍ତି, ବିଜେପି ନେତାମାନେ ଆମେଠିରେ ନିର୍ବାଚନ ଜିତିବା ପାଇଁ ବହୁତ ନିମ୍ନ ସ୍ତରକୁ ଚାଲିଯାଇଛି । ଭୋଟରଙ୍କୁ ପ୍ରଭାବିତ କରବା ପାଇଁ ରୀତିମତ ଉଦ୍ୟମ ଚଳାଇଛି ବିଜେପି । ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ସାଢ଼ୀ, ଜୋତା ଓ ଟଙ୍କା ବଂଟାଯାଉଛି ।
ଏହସହ ପ୍ରିୟଙ୍କା କହଛନ୍ତି, ଆମେଠି ରାୟବରେଲିର ଲୋକଙ୍କ ଆତ୍ମସମ୍ମାନ ରହିଛି । ସେମାନେ କେବେ ବିଜେପି ନେତାଙ୍କ ଦ୍ୱାରା ପ୍ରଭାବିତ ହେବେନାହିଁ । ଆମେ ଶିକ୍ଷା, ରୋଜଗାର ଓ ସ୍ୱାସ୍ଥ୍ୟ ମୁଦ୍ଦା ନେଇ ନିର୍ବାଚନ ଲଢ଼ୁଛୁ । କିନ୍ତୁ ବିଜେପି ସବୁବେଳେ ଓଲଟା କାମ କରିଛି । ଜନତାଙ୍କ କଥା ନଶୁଣି ବିଜେପି ସରକାର ଜନତାଙ୍କୁ ଦମନ କରିବା ପାଇ ଚେଷ୍ଟା କରିଛି ।