Nation

ପ୍ରିୟଙ୍କା ପାଳିଲେ ଗ୍ରୁପ-୨୩କୁ

Published

on

ନୂଆଦିଲ୍ଲୀ:ଦଳର ଅସନ୍ତୁଷ୍ଟ ତୁଙ୍ଗ ନେତାଙ୍କୁ ଆବେରୀ ନେଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ।
ଦଳର ଚାଲି ଚଳନକୁ ନେଇ ଅସନ୍ତୋଷ ଜାହିର କରିଥିବା ଏହି ନେତାମାନେ ଦଳରେ ଗତ କିଛି ମାସ ହେଲା ଅଲୋଡ଼ା ହୋଇପଡିଥିଲେ।
ଗୁଲମ ନବୀ ଆଜାଦ, କପିଳ ଶିବଲ,ଆନନ୍ଦ ଶର୍ମା, ଜିତେନ୍ ପ୍ରସାଦ, ମୁକୁଲ ୱାସନିକ ଆଦି ୨୩ ଜଣ ପୁରୁଖା କଂଗ୍ରେସ ନେତା ଦଳର ଅଧକ୍ଷା ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ସେମାନଙ୍କର ଅସନ୍ତୋଷ ଜାହିର କରିଥିଲେ। ସେମାନେ ମୁଖ୍ୟତଃ ରାହୁଳ ଗାନ୍ଧୀଙ୍କ କୋଟାରୀ ଗ୍ରୁପକୁ ଲକ୍ଷ୍ୟ କରି ଏହି ଚିଠି ଲେଖିଥିଲେ। ଏହାପରେ ସେମାନେ ଦଳର ହାଇ କାମଣ୍ଡଙ୍କ କୋପ ଦୃଷ୍ଟିରେ ପଡି ଦଳରେ ଅବହେଳିତ ଅବସ୍ଥାରେ ଥିଲେ। ଅନ୍ୟଉପାୟ ନ ହୋଇ ସେମାନେ ମଧ୍ୟ ଦଳୀୟ କାର୍ଯ୍ୟରୁ ନିଜକୁ ଦୂରେଇ ରଖିଥିଲେ।
ତେବେ ଦଳର ଏହି ଗ୍ରୁପ-୨୩ର ଅସନ୍ତୁଷ୍ଟ ତୁଙ୍ଗ ନେତାଙ୍କୁ ମାନଇବା କାର୍ଯ୍ୟରେ ପ୍ରିୟଙ୍କା ଗାନ୍ଧୀ ଲାଗିଥିଲେ। ବର୍ତମାନ ସେ ସେହିମାନକୁ ଦଳୀୟ କାର୍ଯ୍ୟରେ ଲଗାଇବାରେ ସଫଳ ହୋଇଛନ୍ତି। କେବଳ ସେତିକି ନୁହେଁ ଦଳ ଭିତରେ ସେମାନଙ୍କର ସମ୍ମାନ ଜାହିର କରାଇବାରେ ସଫଳ ହୋଇଛନ୍ତି।
ବର୍ତମାନ ଗୁଲାମ ନବୀ ଆଜାଦଙ୍କୁ କଂଗ୍ରେସ ରିଲିଫ କମିଟିର ଅଧକ୍ଷ କରାଯାଇଛି। ରାହୁଲ ଗାନ୍ଧୀଙ୍କ ଖାସ ଭାବେ ଜଣାଶୁଣା କେ ସି ବେନୁଗୋପାଳ ତାଙ୍କ ଅଧିନରେ କାମ କରିବେ। ଗ୍ରୁପ-୨୩ର ଅନ୍ୟ ତୁଙ୍ଗ ନେତାମାନଙ୍କୁ ମଧ୍ୟ ଗୁରୁ ଦାୟିତ୍ୱମାନ ଦିଆ ଯାଇଛି।
ଆଗାମୀ ବର୍ଷ ଉତ୍ତର ପ୍ରଦେଶ,ପଞ୍ଜାବ,ଗୁଜରାଟ ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଅଜାଦଙ୍କ ଭଳି ମୁସଲିମ ନେତାଙ୍କର ଆବଶ୍ୟକତା ରହିଛି। ଉତ୍ତର ପ୍ରଦେଶ ଦାଇତ୍ଵରେ ଥିବା ପ୍ରିୟଙ୍କା ଗାନ୍ଧୀଙ୍କୁ ଏଥର ନିର୍ବାଚନରେ ତାଙ୍କର ପରାକାଷ୍ଠ ଦେଖାଇବାକୁ ହେବ। ମୁସଲିମ ଭୋଟ ଉତ୍ତର ପ୍ରଦେଶ ନିର୍ବାଚନରେ ଏକ ନିର୍ଣ୍ଣାୟକ ଭୂମିକା ନେବାକୁ ଥିବାରୁ ଆଜାଦଙ୍କ ଆଶୀର୍ବାଦ ତାଙ୍କର କାମରେ ଆସିବ।

Leave a Reply

Your email address will not be published. Required fields are marked *

Trending

Exit mobile version