ଅପରାଧ

ପ୍ରେମିକାକୁ ହତ୍ୟା, ମୁଣ୍ଡରୁ ଗଣ୍ଡି ଅଲଗା କଲା ପ୍ରେମିକ

Published

on

ଭୁବନେଶ୍ୱର ୨୦/୧୨ : ଚନ୍ଦକା ପୋଲିସ ଡମପଡ଼ା ଜଙ୍ଗଲରୁ ଜଣେ ଯୁବତୀଙ୍କ ମୁଣ୍ଡ ନଥିବା ଶବ ଜବତ କରିଛି । ଏହି ଘଟଣାରେ ଯୁଧିଷ୍ଠିର ସ୍ୱାଇଁ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଯୁବତୀଜଣକ ହେଉଛନ୍ତି ସତ୍ୟବାଦୀ ଅଂଚଳର ସସ୍ମିତା ବିଶ୍ୱାଳ । ସସ୍ମିତା ଓ ଯୁଧିଷ୍ଠିରଙ୍କ ମଧ୍ୟରେ କିଛଦିନ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ତେବେ ସସ୍ମିତାଙ୍କୁ ସେ ବିବାହ କରିବାକୁ ଚାହୁଁନଥିଲେ । ଏହି ପରିପ୍ରେକ୍ଷୀରେ ବିବାହ ପାଇଁ ସସ୍ମିତା ଜିଦ୍ ଧରିବାରୁ ଡମପଡ଼ା ଜଙ୍ଗଲରେ ଯୁଧିଷ୍ଠିର ତାଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେ ସସ୍ମିତାଙ୍କ ବେକକୁ ହାଣି ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version