ଅପରାଧ

ପ୍ରେମିକାକୁ ହାଣିଲା ପ୍ରେମିକ

Published

on

ଯାଜପୁର,୨୫/୦୨:ଯାଜପୁର ଜିଲ୍ଲା ବନ୍ଧଜିନ୍ମ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପ୍ରେମରେ ହତାଶ ହୋଇ ପ୍ରେମିକ ଘଟାଇଛି ଉତ୍ମତକାଣ୍ଡ । ପ୍ରେମରେ ବିଫଳ ହୋଇ ପ୍ରେମିକ ଜଣକ ଭୁଜାଲିରେ ହାଣିଛି ନିଜ ପ୍ରେମିକାକୁ । ପ୍ରେମିକା ହାଣି ସାରିବା ପରେ ନିଜକୁ ନିଜେ ହାଣିଛି । ତେବେ ଆଜି ପ୍ରେମିକ  ନିଜ ପ୍ରେମିକାକୁ ଗାଁ ନିକଟସ୍ଥ ମନ୍ଦିରକୁ ଡାକି ତାକୁ ଭୁଜାଲିରେ ବାରମ୍ବାର ଆକ୍ରମଣ କରିବା ସହିତ ନିଜେ ମଧ୍ୟ ଭୁଜାଲିରେ ନିଜ ହାତ ଓ ପେଟକୁ ଆଘାତ କରିଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ମେଡିକାଲରେ ଭର୍ତ୍ତୀ କରାଯାଇଥିଲା। ତେବେ ସେଠାରେ ଯୁବତୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Trending

Exit mobile version