ଆପଣ ରାସ୍ତାରେ ହସିହସି ଯାଉଛନ୍ତି କି? ହେଲେ ଏବେ ହସିହସି ଚାଲିବା ଆଗରୁ ହୋଇଯାନ୍ତୁ ସାବଧାନ! କାରଣ କୌଣସି ମୁହୂର୍ତ୍ତରେ ଆପଣଙ୍କ ସହିତ କିଛି ବି ହୋଇପାରେ । ଆପଣ ଭାବି ବା ପୂର୍ବରୁ ଆପଣଙ୍କ ସହିତ ଏମିତି କିଛି ହୋଇଯିବ ଯାହା ଆପଣ ସ୍ୱପ୍ନରେ ବି ସୁଦ୍ଧା ଭାବି ନ ଥିବେ । ଆପଣ ଭାବୁ ଥିବେ ଆପଣ ରାସ୍ତା ଉପରେ ଚାଲୁଛନ୍ତି । ହେଲେ କେତେବେଳେ ତଳେ ପଡିଯାଇଥିବେ । ଏହା ଆମର କୌଣସି ମନ ଗଢା କାହାଣୀ ନୁହେଁ । ତୁର୍କିରେ ଏମିତି କିଛି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯାହାକୁ ନେଇ ଏବେ ଚର୍ଚ୍ଚା । ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ ସଡକ ଧସି ଯାଉଛି । ଆଉ ସେଥିରେ ଦୁଇ ଜଣ ମହିଳା ମଧ୍ୟ ତଳେ ପଡିଯାଉଛନ୍ତି । ଏହି ଘଟଣା ପରେ ସମସ୍ତଙ୍କ ନିଶ୍ୱାସ କିଛି ସମୟ ପାଇଁ ଅଟକି ଯାଉଛି । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ଡା. ସୁଜେନ କୁଦେ ଓ ନର୍ସ ଓଜଲୋମ ଦୟମାଜ ରାସ୍ତାରେ କିଛି ମଜା କଥା ହୋଇ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସିସିଟିଭିରେ ଦେଖିବାକୁ ମିଳୁଛି ଯେ, ଦୁଇ ଜଣ ମହିଳା ସଡକରେ ହସି ହସି ଚାଲୁଛନ୍ତି । ସେହି ସମୟରେ ସଡକ ଧସି ଗଲା ଓ ମହିଳା ଦୁହେଁ ତଳେ ପଡିଗଲେ । କିଛି ସମୟ ପରେ ଲୋକମାନେ ଘଟଣା ସ୍ଥଳରେ ପହଂଚି ଥିଲେ । ତଳକୁ ଯାଇ ମହିଳାଙ୍କୁ ଖୋଜି ଥିଲେ । ପରେ ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ । ହେଲେ ତାଙ୍କର କୌଣସି କ୍ଷତି ପହଞ୍ôଚ ନ ଥିବା ଜଣାପଡିଛି ।