ଆସିକା ୮/୧୨ : କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଓସିଙ୍ଗି ଗ୍ରାମରେ ଏକ କୁକୁଡା ଫାର୍ମରେ ନିଆଁ ଲାଗି ୧ ହଜାରରୁ ଉଦ୍ଧ୍ୱର୍ କୁକୁଡା ଜୀବନ୍ତଦଗ୍ଧ ହୋଇଯାଇଛନ୍ତି । କେହି ଦୁର୍ବୃତ୍ତ ଫାର୍ମରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅମାନବୀୟ କାଣ୍ଡ ପଛରେ ରାଜନୈତିକ ଶତ୍ରୁତା ରହିଛି ବୋଲି ଚର୍ଚ୍ଚା ହେଉଛି । ପୋଲିସ ଘଟଣାର ତଦନ୍ତ କରୁଛି ।