ଭୁବନେଶ୍ୱର ୨୭/୧୨ : ଆସନ୍ତା ବର୍ଷ ଫେବୃଆରୀ ସୁଦ୍ଧା ରାଜ୍ୟ କଂଗ୍ରେସର ନିର୍ବାଚନ ଇସ୍ତାହାର ପ୍ରକାଶ ପାଇବ । ଗୁରୁବାର ଇସ୍ତାହାର କମିଟିର ବୈଠକ ପରେ ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଥିଲେ ଯେ, ଏ ସମ୍ପର୍କରେ ଲୋକମାନଙ୍କଠାରୁ ମତାମତ ଲୋଡ଼ା ଯାଉଛିି । ସେମାନଙ୍କ ମତାମତକୁ ଅନୁଧ୍ୟାନ କରାଯିବା ପରେ ନିର୍ବାଚନ ଇସ୍ତାହାର ଚୂଡାକ୍ତ କରାଯିବ ।