ରାଜ୍ୟ

ଫେବୃଆରୀ ୨୨ରୁ ମାଟ୍ରିକ୍ ପରୀକ୍ଷା

Published

on

ଭୁବନେଶ୍ୱର ୧୪/୧୨ : ଆସନ୍ତା ଫେବୃୟାରୀ ୨୨ ତାରିଖରୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ । ଏହା ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ପୂର୍ବହ୍ନ ୧୧.୩୦ରେ ଶେଷ ହେବ । ତେବେ ଗଣିତ ବିଷୟ ପାଇଁ ଅଧିକ ୧୫ ମିନିଟ୍ ଦିଆଯିବ ଏବଂ ଏହି ପରୀକ୍ଷା ୧୧.୩୦ ବଦଳରେ ୧୧.୪୫ ପର୍ଯ୍ୟନ୍ତ ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଜାହାନ ଆରା ବେଗମ୍ ପ୍ରକାଶ କରିଛନ୍ତି । ଅବଜେକ୍ଟିଭ୍ ଓ ସବଜେକ୍ଟିଭ୍ ପରୀକ୍ଷାରେ ୪ ସେଟ୍ ପ୍ରଶ୍ନପତ୍ର ରହିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version