Connect with us

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ କ୍ରୀଡ଼ାବିତ୍‌ମାନଙ୍କ ଦଳ ସହିତ ଆଲୋଚନା କରିଛନ୍ତି। ଏହି କ୍ରୀଡ଼ା ମହାକୁମ୍ଭରେ ଅଂଶଗ୍ରହଣ କରିବା ପୂର୍ବରୁ କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏହି ଆଲୋଚନା ପ୍ରୟାସ କରାଯାଇଥିଲା। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନୀତିଶ ପ୍ରାମାଣିକ ଏବଂ ଆଇନ ମନ୍ତ୍ରୀ କିରେନ ରିଜିଜୁ ଏହି ଆଲୋଚନା ସମୟରେ ଉପସ୍ଥିତ ଥିଲେ।

ଏକ ଅନୌପଚାରିକ ଏବଂ ସ୍ୱତଃସ୍ଫୂର୍ତ୍ତ ଆଲୋଚନାରେ ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ସେମାନଙ୍କର ବଳିଦାନ ପାଇଁ ଧନ୍ୟବାଦ ଜଣାଇଥିଲେ। ତୀରନ୍ଦାଜ କ୍ରୀଡ଼ାବିତ୍ ଦୀପିକା କୁମାରୀଙ୍କ ସହିତ ଆଲୋଚନା କରି, ପ୍ରଧାନମନ୍ତ୍ରୀ ତାଙ୍କୁ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣପଦକ ବିଜୟ ପାଇଁ ଅଭିନନ୍ଦନ ଜ୍ଞାପନ କରିଥିଲେ। ତୀର ଚାଳନା କରି ଆମ୍ବ ତୋଳିବାରୁ ତାଙ୍କର ଯାତ୍ରା ଆରମ୍ଭ ହୋଇଥିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତ୍ ଭାବେ ତାଙ୍କର ଯାତ୍ରା ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। କଠିନ ପରିସ୍ଥିତି ସତ୍ତ୍ୱେ ଲକ୍ଷ୍ୟପଥରେ ଦୃଢ଼ ରହିଥିବାରୁ ତୀରନ୍ଦାଜ୍ କ୍ରୀଡ଼ାବିତ୍ ପ୍ରବୀଣ ଯାଦବଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ପରିବାର ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କର ପ୍ରୟାସକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ଏହି ପରିବାର ସହିତ ମରାଠୀ ଭାଷାରେ କଥା ହୋଇଥିଲେ।

କ୍ରୀଡ଼ାବିତ୍ ନୀରଜ ଚୋପ୍ରା (ଜାଭେଲିନ୍ ଫିଙ୍ଗା)ଙ୍କ ସହିତ କଥା ହୋଇ ପ୍ରଧାନମନ୍ତ୍ରୀ ତାଙ୍କୁ ଭାରତୀୟ ସେନା ସହିତ ତାଙ୍କର ଅନୁଭୂତି ସମ୍ପର୍କରେ ପଚାରିବା ବୁଝିବା ସହିତ ସେ ଆହତରୁ ସୁସ୍ଥ ହେବା ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ଆଶାର ବୋଝରେ ଚାପି ହୋଇନଯାଇ ଶ୍ରେଷ୍ଠ ପ୍ରଦର୍ଶନ କରିବା ଲାଗି ଏହି କ୍ରୀଡ଼ାବିତ୍‌ଙ୍କୁ ମୋଦୀ ପରାମର୍ଶ ଦେଇଥିଲେ।

ଦୂତୀ ଚାନ୍ଦ (ଦୌଡ଼)ଙ୍କ ସହିତ ଆଲୋଚନା ଆରମ୍ଭ କରି ପ୍ରଧାନମନ୍ତ୍ରୀ ତାଙ୍କ ନାମର ଅର୍ଥ ‘ଔଜ୍ଜ୍ୱଲ୍ୟ’ ବୋଲି ଉଲ୍ଲେଖ କରିବା ସହିତ ନିଜର କ୍ରୀଡ଼ା ପ୍ରତିଭା ଜରିଆରେ ଆଲୋକ ବିସ୍ତାରିତ କରୁଥିବା କାରଣରୁ ତାଙ୍କୁ ପ୍ରଶଂସା କରିଥିଲେ। ସାରା ଭାରତ କ୍ରୀଡ଼ାବିତ୍‌ମାନଙ୍କ ସହିତ ରହିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଭୟଶୂନ୍ୟ ହୋଇ ଦୌଡ଼ିବା ପାଇଁ ପରାମର୍ଶ ଦେଇଥିଲେ।

ବକ୍ସିଂକୁ କାହିଁକି ବାଛିଲେ ବୋଲି ଆଶୀଷ କୁମାର (ବକ୍ସିଂ)ଙ୍କୁ ପଚାରିଥିଲେ ପ୍ରଧାନମନ୍ତ୍ରୀ। କୋଭିଡ-19ର ସଫଳ ମୁକାବିଲା କରିବା ଏବଂ ପ୍ରଶିକ୍ଷଣ ଜାରି ରଖିବାର ଅନୁଭୂତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ତାଙ୍କୁ ପଚାରି ବୁଝିଥିଲେ। ପିତାଙ୍କ ଦେହାନ୍ତ ସତ୍ତ୍ୱେ ନିଜ ଲକ୍ଷ୍ୟପଥରେ ଅଟଳ ରହିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ। ଆରୋଗ୍ୟ ସମୟରେ ପରିବାର ଓ ବନ୍ଧୁମାନଙ୍କ ଠାରୁ ସେ ପାଇଥିବା ସହଯୋଗ ସମ୍ପର୍କରେ ଏହି କ୍ରୀଡ଼ାବିତ୍ ଜଣଙ୍କ ନିଜର ଅନୁଭୂତି ବଖାଣିଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ସ୍ମରଣ କରି କହିଥିଲେ ଯେ, କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ନିଜ ପିତାଙ୍କୁ ହରାଇ ଏହିପରି ଏକ ପରିସ୍ଥିତିରେ ପଡ଼ିଥିଲେ। କିନ୍ତୁ ସେ ନିଜର କ୍ରୀଡ଼ା ଜରିଆରେ ତାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଅନେକ କ୍ରୀଡ଼ାବିତ୍‌ଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଥିବା ମ୍ୟାରୀ କମ୍ (ବକ୍ସିଂ)ଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ବିଶେଷ କରି ମହାମାରୀ ସମୟରେ ସେ କିପରି ନିଜ ପରିବାରର ଦେଖାଶୁଣା କରିବା ସହ ଖେଳ ଜାରି ରଖିଛନ୍ତି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ତାଙ୍କୁ ପଚାରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କୁ ତାଙ୍କ ପସନ୍ଦର ପଞ୍ଚ୍‌ ଓ ପସନ୍ଦର ଖେଳାଳୀଙ୍କ ବିଷୟରେ ପଚାରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଥିଲେ।

ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁଙ୍କ ସହିତ ଆଲୋଚନା କରି ହାଇଦ୍ରାବାଦର ଗାଚିବୋଲିରେ ତାଙ୍କର ଅଭ୍ୟାସ ସମ୍ପର୍କରେ ପଚାରି ବୁଝିଥିଲେ। ସେ ମଧ୍ୟ ତାଙ୍କୁ ତାଙ୍କର ପ୍ରଶିକ୍ଷଣ ସମୟରେ ଖାଦ୍ୟପେୟ ସମ୍ପର୍କରେ ପଚାରି ବୁଝିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ମାତାପିତାଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ଏବଂ ନିଜ ପିଲାମାନଙ୍କୁ କ୍ରୀଡ଼ାବିତ୍ କରିବାକୁ ଚାହୁଁଥିବା ଅଭିଭାବକଙ୍କ ପାଇଁ ସେମାନେ କି ପରାମର୍ଶ ଦେବେ ବୋଲି ପଚାରିଥିଲେ। ଏହି କ୍ରୀଡ଼ା ତାରକାଙ୍କୁ ଅଲିମ୍ପିକ୍ସ ପାଇଁ ସଫଳତା କାମନା କରିବା ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ କ୍ରୀଡ଼ାବିତ୍‌ମାନେ ସେଠାରୁ ଫେରିବା ପରେ ସେ ତାଙ୍କ ସହିତ ମିଶି ଆଇସକ୍ରିମ ଖାଇବେ।

ପ୍ରଧାନମନ୍ତ୍ରୀ ଏଲାବେନିଲ ୱଲରିୱନ (ଶୁଟିଂ)ଙ୍କ ସହିତ ଆଲୋଚନା କରିବା ଅବସରରେ ସେ କାହିଁକି ଏହି କ୍ରୀଡ଼ାକୁ ବାଛିଲେ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ। ବ୍ୟକ୍ତିଗତ ଭାବେ ମୋଦୀ ଅହମ୍ମଦାବାଦରେ ବଢ଼ିଥିବା ଏହି ଶୁଟରଙ୍କ ସହିତ ଗୁଜରାଟୀ ଭାଷାରେ କଥା ହୋଇଥିଲେ ଏବଂ ତାଙ୍କ ମାତାପିତାଙ୍କୁ ତାମିଲ ଭାଷାରେ ଶୁଭେଚ୍ଛା ଜଣାଇଥିଲେ। ତାଙ୍କ ଅଞ୍ଚଳ ମଣିନଗରରେ ଏକଦା ସେ ବିଧାୟକ ଥିବା କହି ପ୍ରଧାନମନ୍ତ୍ରୀ ନିଜ ପୂର୍ବ ଦିନଗୁଡ଼ିକ ବିଷୟରେ ସ୍ମରଣ କରିଥିଲେ। ପାଠପଢ଼ା ଏବଂ ଶୁଟିଂ ମଧ୍ୟରେ କିପରି ସନ୍ତୁଳନ ବଜାୟ ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶ୍ନ ପଚାରି ଥିଲେ।

ପ୍ରଧାନମନ୍ତ୍ରୀ ସୌରଭ ଚୌଧୁରୀ (ଶୁଟିଂ)ଙ୍କ ସହିତ ଏକାଗ୍ରତା ଓ ମାନସିକ ସନ୍ତୁଳନରେ ସୁଧାର ଆଣିବା ଲାଗି ଯୋଗର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ବରିଷ୍ଠ ଖେଳାଳୀ ଶରତ କମଲ (ଟେବୁଲ ଟେନିସ)ଙ୍କ ସହିତ କଥା ହୋଇ ତାଙ୍କ ଠାରୁ ପୂର୍ବ ଏବଂ ଚଳିତ ବର୍ଷର ଅଲିମ୍ପିକ୍ସ ମଧ୍ୟରେ ରହିଥିବା ଫରକ ଜାଣିବାକୁ ଚାହିଁଥିଲେ। ଏହି ଅବସରରେ ସେ ମହାମାରୀର ପ୍ରଭାବ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ମୋଦୀ କହିଥିଲେ ଯେ ସମ୍ପୂର୍ଣ୍ଣ ଭାରତୀୟ ଦଳକୁ ତାଙ୍କର ବିପୁଳ ଅଭିଜ୍ଞତା ସହାୟକ ହେବ। ଅ

ନ୍ୟତମ ତାରକା ଟେବୁଲ ଟେନିସ ଖେଳାଳୀ ମନିକା ବାତ୍ରାଙ୍କ ସହିତ ଆଲୋଚନା କରି ପ୍ରଧାନମନ୍ତ୍ରୀ ତାଙ୍କୁ ଏହି ଖେଳରେ ଗରିବ ପିଲାମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ପ୍ରଶଂସା କରିଥିଲେ। ଖେଳିବା ସମୟରେ ହାତରେ ତ୍ରିରଙ୍ଗା ପତାକା ଧରି ଖେଳିବାର ତାଙ୍କ ଅଭ୍ୟାସ ସମ୍ପର୍କରେ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ। ଖେଳିବା ସମୟରେ ଚାପରୁ ମୁକ୍ତି ପାଇବା ଲାଗି ନୃତ୍ୟ ଭଳି ଅଙ୍ଗଭଙ୍ଗୀ କରିବା ତାଙ୍କର ଏକ ସଉକ କି ବୋଲି ପ୍ରଧାନମନ୍ତ୍ରୀ ପଚାରିଥିଲେ।

ପାରିବାରିକ ପରମ୍ପରା କାରଣରୁ ଉଚ୍ଚଆଶାର ସମ୍ମୁଖିନ ହେବାରେ ଭିନେଷ ଫୋଗଟ (କୁସ୍ତି) କିଭଳି ସଫଳ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ତାଙ୍କୁ ପଚାରିଥିଲେ। ତାଙ୍କ ସମ୍ମୁଖରେ ରହିଥିବା ଆହ୍ୱାନ ସମ୍ପର୍କରେ ଉଲ୍ଲେଖ କରି ସେ କିପରି ଭାବେ ସେଗୁଡ଼ିକର ମୁକାବିଲା କରିବାରେ ସକ୍ଷମ ହେଉଛନ୍ତି ତାହା ପ୍ରଧାନମନ୍ତ୍ରୀ ପଚାରିଥିଲେ। ସେ ମଧ୍ୟ ତାଙ୍କ ପିତାଙ୍କ ସହିତ ଆଲୋଚନା କରିଥିଲେ ଏବଂ ଏପରି ପ୍ରତିଭାଶାଳୀ ଝିଅମାନଙ୍କୁ ସେ କିପରି ବଢ଼ାଇଥିଲେ ତାହା ପଚାରି ବୁଝିଥିଲେ।

ସଜନ ପ୍ରକାଶ (ସନ୍ତରଣ)ଙ୍କୁ ତାଙ୍କର ଗମ୍ଭୀର ଆଘାତ ଓ ସେଥିରୁ ସେ କିପରି ଭାବେ ମୁକ୍ତି ପାଇଲେ ତାହା ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ।
ମନପ୍ରୀତ ସିଂ (ହକି)ଙ୍କ ସହିତ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସହିତ ଆଲୋଚନା କରିବା ସମୟରେ ତାଙ୍କର ମେଜର ଧ୍ୟାନ ଚାନ୍ଦ ପ୍ରମୁଖ କିମ୍ବଦନ୍ତୀଙ୍କ ସମ୍ପର୍କରେ ମନେ ପଡ଼ୁଛି। ସେହି ପରମ୍ପରାକୁ ଜୀବନ୍ତ ରଖିବାରେ ତାଙ୍କର ଦଳ ସଫଳ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ।

ସାନିଆ ମିର୍ଜା (ଟେନିସ)ଙ୍କ ସହିତ ଆଲୋଚନା କରି ପ୍ରଧାନମନ୍ତ୍ରୀ ଟେନିସ୍ କ୍ରୀଡ଼ା ଜଗତରେ ତାଙ୍କର ବର୍ଦ୍ଧିତ ଲୋକପ୍ରିୟତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ଏବଂ ନୂଆ କ୍ରୀଡ଼ାବିତ୍‌ମାନଙ୍କୁ ପରାମର୍ଶ ଦେବା ଲାଗି ଏହି ବରିଷ୍ଠ ଖେଳାଳୀଙ୍କୁ କହିଥିଲେ। ସେହିପରି ତାଙ୍କର ଟେନିସ ସାଥୀ ଖେଳାଳୀଙ୍କ ସହିତ ତାଙ୍କର ତାଳମେଳ ସମ୍ପର୍କରେ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ। ବିଗତ 5-6 ବର୍ଷ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ କିଭଳି ପରିବର୍ତ୍ତନ ଆସିଥିବା ସେ ଦେଖୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ତାଙ୍କୁ ପଚାରିଥିଲେ। ସାନିଆ ମିର୍ଜା କହିଥିଲେ ଯେ ବିଗତ କିଛି ବର୍ଷ ଧରି ଭାରତୀୟ କ୍ରୀଡ଼ା କ୍ଷେତ୍ରରେ ଏକ ଆତ୍ମବିଶ୍ୱାସ ଦେଖିବାକୁ ମିଳିଛି ଏବଂ ଏହା ଖେଳାଳୀଙ୍କ ପ୍ରଦର୍ଶନରେ ପ୍ରତିଫଳିତ ହୋଇଛି।

ଭାରତୀୟ କ୍ରୀଡ଼ାବିତ୍‌ମାନଙ୍କୁ ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରି କହିଥିଲେ ଯେ ମହାମାରୀ କାରଣରୁ ସେ କ୍ରୀଡ଼ାବିତ୍‌ମାନଙ୍କୁ ଆତିଥେୟ ପ୍ରଦାନ କରିପାରୁନାହାନ୍ତି। ସେ ମତବ୍ୟକ୍ତ କରିଥିଲେ ଯେ ମହାମାରୀ ସେମାନଙ୍କର ଅଭ୍ୟାସ ଏବଂ ଅଲିମ୍ପିକ୍ସର ବର୍ଷକୁ ବଦଳାଇ ଦେଇଛି। କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିବା ଲାଗି ନିଜର ରେଡିଓ ଉଦବୋଧନ ମନ କୀ ବାତ୍‌ରେ ଦେଶବାସୀଙ୍କୁ ଆହ୍ୱାନ କରିଥିବା କଥା ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ। #Cheer4India (ଭାରତକୁ ଉତ୍ସାହିତ କରିବା)ର ଲୋକପ୍ରିୟତା ବିଷୟରେ ସେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ସାରା ଦେଶ ସେମାନଙ୍କ ପଛରେ ରହିଛି ଏବଂ ସମସ୍ତ ଦେଶବାସୀଙ୍କ ଆଶୀର୍ବାଦ ସେମାନଙ୍କ ସହିତ ରହିଛି। ସେ ସୂଚନା ଦେଇଥିଲେ ଯେ ଲୋକମାନେ ନମୋ ଆପ୍‌ରେ ଲଗ୍‌ଇନ୍‌ କରି ସେମାନଙ୍କର କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିପାରିବେ। ଏଥିପାଇଁ ଆପ୍‌ରେ ବିଶେଷ ବ୍ୟବସ୍ଥା କରାଯାଇଛି। “କ୍ରୀଡ଼ା କ୍ଷେତ୍ରରେ ପ୍ରବେଶ କରିବା ପୂର୍ବରୁ 135 କୋଟି ଭାରତୀୟଙ୍କ ଶୁଭକାମନା ଦେଶର ଆଶୀର୍ବାଦ ଭାବେ ଆପଣମାନଙ୍କ ସହ ରହିବ”, ପ୍ରଧାନମନ୍ତ୍ରୀ କହିଥିଲେ।

କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ସାଧାରଣ ଗୁଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ତାହା ହେଉଛି ସାହସ, ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା। ସେ କହିଥିଲେ ଯେ ସମସ୍ତ କ୍ରୀଡ଼ାବିତ୍‌ମାନଙ୍କ ନିକଟରେ ଶୃଙ୍ଖଳା, ସମର୍ପଣ ଏବଂ ପ୍ରତିବଦ୍ଧତାର ସମାନ ସ୍ୱଭାବ ରହିଛି। କ୍ରୀଡ଼ାବିତ୍‌ମାନଙ୍କ ମଧ୍ୟରେ ପ୍ରତିବଦ୍ଧତା ଓ ପ୍ରତିଯୋଗିତାମୂଳକ ମନୋଭାବ ରହିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଏହି ସମାନ ଗୁଣ ନୂତନ ଭାରତରେ ଦେଖିବାକୁ ମିଳିଥାଏ। କ୍ରୀଡ଼ାବିତ୍‌ମାନେ ନୂତନ ଭାରତକୁ ପ୍ରତିଫଳିତ କରିଥାନ୍ତି ଏବଂ ସେମାନେ ଦେଶର ଭବିଷ୍ୟତର ପ୍ରତୀକ ଅଟନ୍ତି।

ସେ କହିଥିଲେ ଯେ, ଆଜି ଦେଶ କିପରି ଭାବେ ଏହାର ପ୍ରତ୍ୟେକ କ୍ରୀଡ଼ାବିତ୍‌ଙ୍କ ସହିତ ଏକ ନୂତନ ଚିନ୍ତାଧାରା ଓ ଦୃଷ୍ଟିକୋଣ ନେଇ ଛିଡ଼ା ହୋଇଛି ସମସ୍ତ କ୍ରୀଡ଼ାବିତ୍‌ମାନେ ହେଉଛନ୍ତି ତାହାର ପ୍ରମାଣ। ମୁକ୍ତ ଭାବେ ଖେଳିବା, ନିଜର ପୂର୍ଣ୍ଣ ସମ୍ଭାବନାକୁ ଉଜାଗର କରିବା ଏବଂ ନିଜର ଖେଳ ଓ କୌଶଳରେ ସୁଧାର ଆଣିବା ନିମନ୍ତେ କ୍ରୀଡ଼ାବିତ୍‌ମାନଙ୍କ ଶୀର୍ଷ ପ୍ରାଥମିକତା ଦିଆଯାଇଥିବା ସେ କହିଥିଲେ। ବିଗତ କିଛି ବର୍ଷ ମଧ୍ୟରେ କ୍ରୀଡ଼ାବିତ୍‌ମାନଙ୍କୁ ସହାୟତା ଯୋଗାଇ ଦେବା ଲାଗି ଆସିଥିବା ପରିବର୍ତ୍ତନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଉନ୍ନତ ପ୍ରଶିକ୍ଷଣ ଶିବିର ଏବଂ ଉତ୍ତମ ସରଞ୍ଜାମ ଖେଳାଳୀମାନଙ୍କୁ ଯୋଗାଇ ଦେବା ନିମନ୍ତେ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଆଜି, ଖେଳାଳୀମାନଙ୍କୁ ଅଧିକ ଅନ୍ତର୍ଜାତୀୟ ସୁଯୋଗ ଦିଆଯାଉଛି ବୋଲି ସେ କହିଥିଲେ। ସେ କହିଥିଲେ ଯେ, କ୍ରୀଡ଼ାବିତମାନଙ୍କର ପରାମର୍ଶକୁ କ୍ରୀଡ଼ା ସଂକ୍ରାନ୍ତ ଅନୁଷ୍ଠାନଗୁଡ଼ିକ ପ୍ରାଥମିକତା ଦେଉଥିବା କାରଣରୁ ଏତେ କମ ସମୟ ମଧ୍ୟରେ ଏତେଗୁଡ଼ିଏ ପରିବର୍ତ୍ତନ ଆସିପାରିଛି। ପ୍ରଥମ ଥର ପାଇଁ ସର୍ବାଧିକ ସଂଖ୍ୟକ ଖେଳାଳୀ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା କାରଣରୁ ସେ ଖୁସି ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ‘ଫିଟ୍‌ ଇଣ୍ଡିଆ’ ଏବଂ ‘ଖେଲୋ ଇଣ୍ଡିଆ’ ଭଳି ଅଭିଯାନ ଏଥିରେ ଯୋଗଦାନ ଦେଇଛି। ସେ କହିଥିଲେ ଯେ ପ୍ରଥମ ଥର ପାଇଁ ସର୍ବାଧିକ ସଂଖ୍ୟକ କ୍ରୀଡ଼ା ବର୍ଗରେ ସର୍ବାଧିକ ସଂଖ୍ୟକ ଭାରତୀୟ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରୁଛନ୍ତି। କେତେକ କ୍ରୀଡ଼ା ବର୍ଗରେ ଭାରତ ପ୍ରଥମ ଥର ପାଇଁ ଯୋଗ୍ୟତା ହାସଲ କରିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁବା ଭାରତର ଆତ୍ମବିଶ୍ୱାସ ଏବଂ ଉତ୍ସାହକୁ ଦେଖି, ତାଙ୍କ ମନରେ ଏକ ଆଶା ଜନ୍ମିଛି- ସେଦିନ ଆଉ ବେଶି ଦୂର ନାହିଁ ଯେତେବେଳେ କେବଳ ବିଜୟ ନୂତନ ଭାରତର ଅଭ୍ୟାସରେ ପରିଣତ ହୋଇଯିବ। ସେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ କ୍ରୀଡ଼ାବିତ୍‌ମାନଙ୍କୁ ପରାମର୍ଶ ଦେବା ସହିତ ଦେଶବାସୀଙ୍କୁ “Cheer4India” (ଭାରତୀୟ ଦଳକୁ ଉତ୍ସାହିତ କରିବା) ପାଇଁ ନିବେଦନ କରିଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

Sports

ଓଡିଶା ସରକାର ଜାତୀୟ ଖୋ ଖୋ ଟିମ୍ କୁ ଦେବେ 15 କୋଟି, 3 ବର୍ଷ ପାଇଁ ସ୍ପନସର୍ କରିବେ

Published

on

ଭୁବନେଶ୍ୱର:ଦେଶର ‘ଖୋ ଖୋ’ ଖେଳ ପାଇଁ ଆସିଛି ଏକ ସୁବର୍ଣ୍ଣ ସମୟ । ଓଡିଶା ସରକାର ଏହି ଖେଳକୁ ଯୋଗାଇ ଦେବେ ପ୍ରୋତ୍ସାହନ। ପୂର୍ବରୁ ଜାତୀୟ ହକି ଖେଳକୁ ଓଡିଶା ସ୍ପନସର୍ କରିଥିବା ବେଳେ, ଏବେ ଖୋ ଖୋ ଖେଳକୁ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ‘ଖୋ ଖୋ’ ଖେଳର ଜାତୀୟ ଟିମକୁ ଆଗାମୀ 3 ବର୍ଷ ପାଇଁ ସ୍ପନସର କରିବେ । ଏହି ସ୍ପନସରସିପ ର ଅବଧି 2025 ଜାନୁଆରୀରୁ 2027 ଡିସେମ୍ବର ପର୍ଯ୍ୟନ୍ତ ରହିବ। ଏଥିପାଇଁ ବର୍ଷକୁ 5 କୋଟି ଟଙ୍କା ଲେଖାଏଁ ସମୁଦାୟ 15 କୋଟି ଟଙ୍କା ଖର୍ଚ୍ଚ ହେବ। ଓଡିଶା ଖଣି ନିଗମ ପକ୍ଷରୁ ଏହି ଅର୍ଥ ପ୍ରଦାନ କରାଯିବ। ଏହାଦ୍ୱାରା ଭାରତୀୟ ଖୋ ଖୋ ଖେଳାଳୀ ପ୍ରୋତ୍ସାହନ ପାଇବା ସହିତ ଓଡିଶା ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ଖେଳରେ ବ୍ରାଣ୍ଡିଂ ଜରିଆରେ ବିଶ୍ୱସ୍ତରରେ ରାଜ୍ୟର ଛବିକୁ ଉଜ୍ଜଳ କରିପାରିବ ।

Continue Reading

Sports

ବିଶ୍ୱର ସର୍ବ ବୃହତ ହକି ଷ୍ଟାଡିୟମକୁ ଆଜି ଲୋକର୍ପଣ କଲେ ଓଡିଶା ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର:ସାରା ଓଡିଶା ପାଇଁ ଆଜି ଆନନ୍ଦ ଓ ଉତ୍ସବର ଦିନ। ଖୁସିର ଦିନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଠାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିଅମ, ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ଆନୁଷ୍ଠାନିକ ଭାବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।

ବିଶ୍ଵ କ୍ରୀଡା ଇତିହାସ ରେ ଯୋଡି ହେଲା ଏକ ସ୍ଵର୍ଣ୍ଣିମ ଅଧ୍ୟାୟ. ହକିକୁ ଭଲ ପାଉଥିବା ସମସ୍ତଙ୍କୁ, ଖେଳାଳୀ, ସାଧାରଣ ଜନତା, ଓଡିଶାର ହକିପ୍ରେମୀ ଦେଶର ହକି କ୍ରୀଡାବିତ୍‌ ସମସ୍ତଙ୍କ ଉଦ୍ଦେଶ୍ୟରେ ଏହି ଷ୍ଟାଡିଅମକୁ ମୁଁ ଉତ୍ସର୍ଗ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ହକିକୁ ଭଲ ପାଉଥିବା ସମସ୍ତଙ୍କୁ ହକି ବିଶ୍ଵ କପ୍ ଭବ୍ୟ ଉତ୍ସବରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଥିଲେ।

ବିଶ୍ଵ କପ୍ ଜିତିଲେ ପ୍ରତି ଭାରତୀୟ ଖେଳାଳିଙ୍କୁ ଏକ କୋଟି ଟଙ୍କା ଦିଆଯିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ .

ଉପସ୍ଥିତ ଜନସାଧାରଣ ଓ କ୍ରୀଡାପ୍ରେମୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି ଓଡିଶାର ସମଗ୍ର ଦେଶକୁ ସବୁଠାରୁ ଶ୍ରେଷ୍ଠ ଉପହାର। ଏହା ଭାରତକୁ ହକି କ୍ଷେତ୍ରରେ ଏକ ବଡ ଶକ୍ତି ଭାବରେ ଗଢି ତୋଳିବ ଏବଂ ଆଗାମୀ ଅନେକ ଦଶକ ପର୍ଯ୍ୟନ୍ତ ହକି ଖେଳରେ ଦେଶ ଏକ ମଜବୁତ ଦଳ ଭାବରେ ପ୍ରତିଷ୍ଠା ଲାଭ କରିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହକିର ସ୍ବର୍ଣ୍ଣକ୍ଷେତ୍ର ସୁନ୍ଦରଗଡରେ ଆଜି ବିଶ୍ବର ସବୁଠାରୁ ବଡ ଷ୍ଟାଡିଅମ ଓଡିଶା ମାଟିର ଗୌରବ ଗାନ କରୁଛି। ଏ ଷ୍ଟାଡିଅମ ସାରା ବିଶ୍ବ ପାଇଁ ହକିର ମୁଖ୍ୟ କେନ୍ଦ୍ର ହୋଇରହିବ ଏବଂ ଦେଶର ପ୍ରମୁଖ ଟିମ୍‌ ମାନଙ୍କୁ ସେମାନଙ୍କ ପ୍ରଦର୍ଶନ ପାଇଁ ସୁଯୋଗ ଦେଇଚାଲିବ। ଆମର ଏହି ଉଦ୍ୟମ ଦେଶର ଯୁବ ଖେଳାଳୀ ମାନଙ୍କୁ ପ୍ରେରଣା ଦେବ ବୋଲି ସେ କହିଥିଲେ। ଦେଶରେ ଅନେକ ଚମ୍ପିଆନ ସୃଷ୍ଟି କରିବ ଏବଂ ଦେଶ ତଥା ରାଜ୍ୟର ଗୌରବ ବୃଦ୍ଧି କରିଚାଲିବ ବୋଲି ସେ କହିଥିଲେ।

ମହାପ୍ରଭୁ ଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ସଦିଚ୍ଛା ଓ ଭଲପାଇବା ଯୋଗୁ ଆମର ସ୍ବପ୍ନ ସାକାର ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ସବୁକ୍ଷେତ୍ରରେ ଶ୍ରେଷ୍ଠ ହେବାର ଉଦ୍ୟମର ଏହା ପ୍ରତିଫଳନ। ଦେଶର କ୍ରୀଡା ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଏହି ଷ୍ଟାଡିଅମ ଓଡିଶାର ଛବିକୁ ଆହୁରି ଉଜ୍ଜଳ କରିଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଅନେକ ଯୁଗ ପର୍ଯ୍ୟନ୍ତ ଏହି ଷ୍ଟାଡିଅମ ଆମର ମୁକୁଟମଣି ହୋଇ ହକି ପ୍ରତି ଭାରତୀୟ ମାନଙ୍କର ଭାବାବେଗ ଓ ଭଲପାଇବାକୁ ପରିପ୍ରକାଶ କରିଚାଲିବ। ଏହା ଭାରତୀୟ ହକିର ଏନ୍ତୁଡିଶାଳା ହୋଇ ରହିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ତଥା କିମ୍ବଦନ୍ତୀ ପୁରୁଷ ବିର୍ସା ମୁଣ୍ଡାଙ୍କ ପ୍ରତି ତାଙ୍କର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

120 କୋଟି ଟଙ୍କା ଖର୍ଚ୍ଚରେ ରେକର୍ଡ ପନ୍ଦର ମାସ ସମୟ ମଧ୍ୟରେ ଏହି ଷ୍ଟାଡିୟମ୍ ନିର୍ମିତ ହୋଇଛି .

ଏହି କାର୍ଯ୍ୟକ୍ରମରେ କ୍ରୀଡା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତ ବେହେରା ,ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ ,5T ସଚିବ କାର୍ତିକ ପାଣ୍ଡିଆନ୍ ଓ ହକି ଇଣ୍ଡିଆ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ.
ଇଣ୍ଡିଆ A ଓ ଇଣ୍ଡିଆ B team ମଧ୍ୟରେ ଉଦଘାଟନୀ ମ୍ଯାଚ କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉଦଘାଟନ କରିଥିଲେ.

ମୁଖ୍ୟମନ୍ତ୍ରୀ ଆଜି ରାଉରକେଲାରେ ପହଞ୍ଚିବା ପରେ ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ପରିଦର୍ଶନ କରି ସେଠାରେ ଭାରତୀୟ ହକି ଟିମ୍‌ର ଖେଳାଳୀ ମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ। ଏହାପରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ ମେଡିକାଲ କଲେଜ ଉଦ୍‌ଘାଟନ କରିବା ସହିତ ସୁନ୍ଦରଗଡ ପାଇଁ ଅନେକ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରାଉରକେଲା ସହରରେ ମୋ ବସ୍‌ ଚଳାଚଳର ଶୁଭାରମ୍ଭ ମଧ୍ୟ କରିଥିଲେ। ଏହାପରେ ସେ ହକି ଷ୍ଟାଡିଅମ ଉଦ୍‌ଘାଟନ କରିଥିଲେ।

Continue Reading

Sports

ବିଶ୍ୱସ୍ତରୀୟ ଚେସ ଖେଳରେ ଖେଳାଳୀଙ୍କ ସାଙ୍ଘାତିକ ଠକାମୀ

Published

on

ନୂଆଦିଲ୍ଲୀ: ବିଶ୍ୱସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟ ରେ ଖେଳାଳୀଙ୍କ ସାଂଘାତିକ ଠକାମୀର ସୂଚନା ମିଳିବାରେ ଲାଗିଛି।

ଗତ ସେପ୍ଟେମ୍ବର ୪ ତାରିଖରେ ପାଞ୍ଚ ଥରର ବିଶ୍ଵ ଚେସ ଚମ୍ପିୟାନ ମାଗନସ କାର୍ଲସେନ ସେଣ୍ଟ ଲୁଇସ ଠାରେ ଅନୁଷ୍ଠିତ ୫ ଲକ୍ଷ ଡଲାର ସୀନକ୍ୟୁଫିଲଡ଼ କପ ପ୍ରତିଯୋତାରୁ ହଠାତ ଓହରି ଯିବା ଘଟଣା ସ୍ୱାଭାବିକ ଭାବେ ବିଶ୍ୱ ଚେସ ପ୍ରେମୀମାନଙ୍କୁ ଚକିତ କରିଥିଲା ।ଆମେରିକାର ୧୯ ବର୍ଷ ବର୍ଷୀୟ ହାନ୍ସ ନେଇମେନଙ୍କ ଠାରୁ ହରିଯିବା ପରେ ସେ ଏହି ନିଷ୍ପତ୍ତି ନେଇଥିଲେ। କୌଣସି ପ୍ରତିଯୋଗିତାରୁ ଓହରି ଯିବା ତାଙ୍କ ପାଇଁ ଏହା ପ୍ରଥମ ଘଟଣା ଥିଲା।

କାର୍ଲସେନ ଯଦିଓ ଏହି ନିଷ୍ପତ୍ତିର କାରଣ ଦର୍ଶାଇ ନଥିଲେ ତେବେ ପରଦିନ ଏକ ଭିଡ଼ିଓ ତାଙ୍କ ଟ୍ୱିଟରରେ ପୋଷ୍ଟ କରିଥିଲେ। ଏହି ଭିଡ଼ିଓରେ ପ୍ରସିଦ୍ଧ ଫୁଟବଲ ମ୍ୟାନେଜର ଯୋଶୀ ମେରୀନୋ ଯେକି ବର୍ତମାନ ଇଟଳିଆନ କ୍ଲବ ରୋମାର ହେଡ କୋଚ ଅଛନ୍ତି ସେ ” ମୁଁ ଯଦି ମୁହଁ ଖୋଲିବି ମୁଁ ବଡ଼ ଅଡୁଆରେ ପଡିଯିବି। ବଡ଼ ଅର୍ଥ ବଡ ଅଡୁଆରେ ପଡିଯିବି”।

ଚେସ ଖେଳାଳୀମନେ ଭାବୁଥିଲେ ଯେ କାର୍ଲସେନ ବୋଧେ ନେଇମେନ ଖେଳରେ ଠକାମୀ କରୁଥିବାର ସନ୍ଦେହ କରି ଏଭଳି ପଦକ୍ଷେପ ନେଇଛନ୍ତି।

ତେବେ ସେପ୍ଟେମ୍ବର ୬ ତାରିଖରେ ନେଇମେନ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଥିଲେ। “ମୋର ସ୍ୱଚ୍ଛତା ପ୍ରମାଣ କରିବା ପାଇଁ ମୁଁ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଖେଳିବାକୁ ପ୍ରସ୍ତୁତ ଅଛି।” ତେବେ ସେ ସ୍ୱୀକାର କରିଥିଲେ ଯେ ୧୨ ବର୍ଷ ଏବଂ ୧୬ ବର୍ଷ ବୟସରେ ସେ ଖେଳରେ ଠକେଇ କରିଥିଲେ।

ଏହି ଘଟଣା ପରେ ଚେସ ଡ଼ଟ କମ ର ବିଶ୍ୱ ଚେସ ଚମ୍ପିୟାନସିପ ଟୁର୍ଣ୍ଣାମେଣ୍ଟ ନେଇମେନଙ୍କ ନିମନ୍ତ୍ରଣ ବାତିଲ କରିଦେଇଛନ୍ତି।

ଚେସ ଖେଳରେ ଠକେଇ ଘଟଣାର ଏକ ଲମ୍ବା ଇତିହାସ ରହିଛି।

ଖେଳାଳୀ ବାରମ୍ବାର ପରିସ୍ରାଗାର ଦୌଡ଼ିବା ଠକାଇର ଏକ କାରଣ। ଟଏଲେଟରେ ପରବର୍ତୀ ଗୋଟି ଚାଳନାର ପରାମର୍ଶ ନେବା ଘଟଣା ଏକଦା ଜଣାଶୁଣା ଥିଲା। ୨୦୦୫ ବିଶ୍ଵ ଚମ୍ପିୟାନସିପ ମ୍ୟାଚ ବେଳେ ଭେସଲିନ ଟୋପାଲାଭ ଅଭିଯୋଗ କରିଥିଲେଯେ ପ୍ରତିଦ୍ୱନ୍ଦୀ ଖେଳାଳୀ ଭ୍ଲାଡ଼ କାର୍ମନିକ ଲାଭାଟୋରୀରେ ବସି ଖେଳ ବିଶ୍ଳେଷଣ କରୁଛନ୍ତି। ଏହି ଘଟଣା ଚେସ ଖେଳ ଇତିହାସରେ ୨୦୦୫ ଟଏଲେଟଗେଟ ଭାବେ କୁଖ୍ୟାତ।

ଶୀତଳ ଯୁଦ୍ଧ ସମୟରେ ସୋଭିଏତ ଖେଳାଳିମନେ ପରସ୍ପର ସହ ତାଳ ମେଳ ରଖି ପ୍ରତିପକ୍ଷକୁ ହରାଇବାର ଯୋଜନା କରୁଥିବାର ଅଭିଯୋଗ ରହିଛି।

ବର୍ତମାନ ଇଣ୍ଟରନେଟ ଯୁଗରେ ଜୋତାରେ, ଚାଷମରେ ମାଇକ୍ରୋ ଡିଭାଇସ ବ୍ୟବହାର କରି ଠକେଇ କରିବାର ଅନେକ ଅଭିଯୋଗ ରହିଛି।

କଳା ଚାଷମାରେ ଏକ ଗୁପ୍ତ ମାଇକ୍ରୋ କ୍ୟାମେରା ଲଗାଇ ଉତ୍ତର ଇଟାଲୀୟ ସହର ମିଲାନ ନିକଟସ୍ଥ ବୁସିନାସ୍କୋ ସହରର ପୂର୍ବତନ ମେୟର ଲୋରିସ କ୍ରେଡ଼ା ଏକ ଶକ୍ତିଶାଳୀ ଚେସ ସଫ୍ଟୱେରକୁ ପ୍ରତିପକ୍ଷ ର ଗୋଟି ଚାଳନାର ଫୋଟୋ ପଠାଇ ପରାମର୍ଶ ନେଉଥିଲେ। ଏହି ଘଟଣା ଧରାପଡିବା ପରେ ଲୋରିସ କ୍ରେଡ଼ାଙ୍କୁ ନିଷିଦ୍ଧ ଘୋଷଣା କରାଯାଇଥିଲା।

ବର୍ତ୍ତମାନ ଅନଲାଇନ ଚେସ ଟୁର୍ଣ୍ଣାମେଣ୍ଟ କୁ ଠକାମୀ ପ୍ରତିରୋଧ କରିବାକୁ ଆୟୋଜକ ମାନଙ୍କୁ ଅନେକ ବ୍ୟବସ୍ଥା କରିବାକୁ ପଡୁଛି।

ରାଜକୀୟ ଖେଳରେ ବର୍ତମାନ ଠକମାନଙ୍କ ରାଜତ୍ୱ ନିଶ୍ଚିତ ଭାବରେ ଚିନ୍ତାର କାରଣ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions