ଭୁବନେଶ୍ଵର ୧୩/୫ : ଫୋନିରେ ରାଜ୍ୟରେ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ ବ୍ୟାପକ ପରିମାଣରେ ଗଛ ନଷ୍ଟ ହୋଇଛି। ଟଳି ପଡ଼ିଛି ଲକ୍ଷ ଲକ୍ଷ ଗଛ। ଜଙ୍ଗଲ ଓ ପରିବେଶ ବିଭାଗର ଆକଳନ ଅନୁଯାୟୀ ପାଖାପାଖି ୨୦ ଲକ୍ଷ ଗଛ ନଷ୍ଟ ହୋଇ ଯାଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ପରବର୍ତ୍ତୀ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ।
ମନ୍ତ୍ରୀ କହିଛନ୍ତି ଯେ, ଫୋନିର କ୍ଷୟକ୍ଷତି ଅପୂରଣୀୟ, ଭରଣା ପାଇଁ ଆହୁରି ୨୦ ବର୍ଷ ଲାଗିବ। ପାଖାପାଖି ୨୦ ଲକ୍ଷ ଗଛ ନଷ୍ଟ ହୋଇଛି, ବୃକ୍ଷ ରୋପଣ ଉପରେ ଗୁରୁତ୍ଵ ଦିଆଯିବ। ବେସରକାରୀ ଅଞ୍ଚଳରେ ଭାଙ୍ଗିଥିବା ଗଛଗୁଡ଼ିକୁ ପୁନରୁଦ୍ଧାର କରାଯିବ। ଆଗକୁ ଏଭଳି ଗଛ ଲଗେଇବୁ ଯାହା ବାତ୍ୟା ସମୟରେ ଉପୁଡିବନି। ବନ ବିଭାଗର ମୋଟ୍ କ୍ଷୟକ୍ଷତି ପରିମାଣ ୫୩୭ କୋଟି ଟଙ୍କା ହୋଇଥିବା ଏନେଇ ଶୁକ୍ରବାର ସୂଚନା ଓ ଲୋକ ସଂପର୍କ ବିଭାଗର ସଚିବ ସଞ୍ଜୟ ସିଂହ ଏହାର ସୂଚନା ଦେଇଥିଲେ।