ନୂଆଦିଲ୍ଲୀ ୧୧/୫ : ଓଡିଶା-ଛତିଶଗଡ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ଶୁଣାଣୀ ହୋଇପାରି ନାହିଁ । ବାତ୍ୟା ‘ଫୋନି’ ପାଇଁ ଉଭୟ ରାଜ୍ୟର ବୈଠକ ହୋଇପାରି ନ ଥିବାରୁ ଆଜିର ଶୁଣାଣୀକୁ ସ୍ଥଗିତ ରଖାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣୀ ଜୁଲାଇ ୧୩ରେ ହେବ ବୋଲି ଟ୍ରିବ୍ୟୁନାଲ ଦିନ ଧାର୍ୟ୍ୟ କରିଛନ୍ତି । ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଟ୍ରିବ୍ୟୁନାଲ ଶୁଣାଣୀ କରି ଅନ୍ତରୀଣ ରାୟ ଦେବାର ଥିଲା । ମାତ୍ର ବାତ୍ୟା ପାଇଁ ଉଭୟ ରାଜ୍ୟର ବୈଠକ ହୋଇପାରି ନ ଥିଲା । ଯେଉଁଥିପାଇଁ ଶୁଣାଣିକୁ ସ୍ଥଗିତ ରଖିଛନ୍ତି ଟ୍ରିବ୍ୟୁନାଲ । ଛତିଶଗଡ ମଦାନଦୀର ଉପରମୁଣ୍ଡରେ ବେଆଇନ ଭାବେ ୬ଟି ବ୍ୟାରେଜ ନିର୍ମାଣ କରୁଥିବା ଓଡିଶା ଅଭିଯୋଗ କରିଛି ।