ରାଜ୍ୟ

ଫୋନିରେ ଛାରଖାର ହୋଇଛି ଅଭୟାରଣ୍ୟ

Published

on

କୋଣାର୍କ ୧୫/୫ : ଛାରଖାର ହୋଇଯାଇଛି ବାଲୁଖଣ୍ଡ ଅଭୟାରଣ୍ୟ । ବାତ୍ୟା ଉଜାଡି ଦେଇଛି ଅଭୟାରଣ୍ୟର ସବୁଜିମା । ଜୁଆଡେ ଅନେଇଲେ ବିପର‌୍ୟ୍ୟୟର ବିକଳ ଚିତ୍ର । ଗଛ ଗୁଡିକ ମୂଳରୁ ଉପୁଡି ଭୂଇଁରେ ଲୋଟିଛି । କାଁ ଭାଁ ଗୋଟେ ଯୋଡେ ଗଛ ଥୁଂଟା ହୋଇ ଛିଡା ହୋଇଛି । ଭୂଇଁରେ ପଡିଥିବା ପତ୍ର ବିହୀନ ଗଛର ଶାଖା ପ୍ରଶାଖା ଆକାଶମାର୍ଗରୁ ବାତ୍ୟା ଭୟାଭବହତାକୁ ସ୍ପଷ୍ଟ ବୟାନ କରୁଛି । ବାତ୍ୟା ଫୋନି ଅଭୟାରଣ୍ୟକୁ ଏପରି ଦଳି ମକଚି ଦେଇଛି ଯେ ସେଠାରୁ ସବୁଜିମା ଗାଏବ ହୋଇଯାଇଛି । ୮୭ କିଲୋମିଟ ବ୍ୟାପୀ ଏହି ଅଭୟାରଣ୍ୟର ପ୍ରାୟ ୩୦ ବର୍ଗ କିଲୋମିଟର ଜଙ୍ଗଲକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି ବାତ୍ୟା ଫୋନି । ପ୍ରାକୃତିକ ପରିବେଶ, ସବୁଜିମାର ବଳୟ ଓ ଚିତ୍ରାହରିଣ ବିଚରଣ ପ୍ରାୟ ୧୫ ଦିନ ପୂର୍ବରୁ ଯେଉଁଠାରେ ଦେଖିବାକୁ ମିଳୁଥିଲା ।
ଏବେ ସେଠାରେ ଖାଁ ଖାଁ ନୀରବତା ରାଜୁତି କରୁଛି । ଡ୍ରୋନ କ୍ୟାମେରାର ଚିତ୍ର ବୟାନ କରୁଛି, ଫୋନି ସ୍ଥଳଭାଗ ଛୁଇଁଲା ପରେ କିପରି ତାଣ୍ଡବ ରଚିଥିଲା ବାଲୁଖଣ୍ଡ ଅଭୟାରଣ୍ୟରେ । ଏପରି ସ୍ଥିତିରେ ସେଠାରେ ହରିଣ ରହିବା କିପରି ସମ୍ଭବ । ତେବେ ବାତ୍ୟା ପୂର୍ବାଭାଷ ପାଇ ଅଭୟାରଣ୍ୟରୁ ହରିଣ ଘଂଚ ଜଙ୍ଗଲକୁ ଚାଲିଯାଇଥିବା ପିସିସିଏଫ ସ୍ପଷ୍ଟ କରିଛନ୍ତି । ଏପରିକି ହରିଣ ପାଣି ପିଇବାକୁ ଆସିଥିବା ବେଳେ ଠାବ କରାଯାଇଥିବା ମଧ୍ୟ ବନ ବିଭାଗ ଦାବି କରିଛି । ଗୋଟିଏ ହରିଣର ମୃତଦେହ ଜବତ ହୋଇଥିବା ମଧ୍ୟ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version