ରାଜ୍ୟ

ଫୋନିରେ ନଷ୍ଟ ହୋଇଛି ୧୨ ହଜାର କୋଟିର ସମ୍ପତି

Published

on

ଭୁବନେଶ୍ୱର ୧୫/୫ : ଫୋନିରେ ନଷ୍ଟ ହୋଇଛି ୧୨ ହଜାର କୋଟିର ସମ୍ପତି । ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଫୋନିର ପ୍ରକୋପ ଅଧିକ ଦେଖିବାକୁ ମିଳିଛି । ଆଉ ଏସବୁ ଭିତରେ ବାତ୍ୟା ଫୋନିରେ ପାଖାପାଖି ୧୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ରିପୋର୍ଟରୁ ପ୍ରକାଶ ପାଇଛି । ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟର ଆକଳନ ଅନୁଯାୟୀ, ରାଜ୍ୟରେ ୧୧,୯୪୨ କୋଟି ଟଙ୍କାର କ୍ଷତି ହୋଇଛି ।
ସରକାରଙ୍କ ପକ୍ଷରୁ ଯେଉଁ ପ୍ରାଥମିକ ରିପୋର୍ଟ ପ୍ରକାଶ କରାଯାଇଛି ସେଥିରେ କେଉଁ ବିଭାଗର କେତେ ଟଙ୍କାର ସମ୍ପତି ନଷ୍ଟ ହୋଇଛି ତାହାର ରିପୋର୍ଟ ପ୍ରକାଶ କରାଯାଇଛି । ଏହି ରିପୋର୍ଟକୁ ଆଜି କେନ୍ଦ୍ରୀୟ ଟିମକୁ ଦେବେ ରାଜ୍ୟ ସରକାର । ଏପରିକି କେନ୍ଦ୍ରୀୟ ଟିମ୍ ସହ କ୍ଷୟକ୍ଷତି ନେଇ ଆଲୋଚନା କରିବେ ରାଜ୍ୟ ସରକାର ।

Leave a Reply

Your email address will not be published. Required fields are marked *

Trending

Exit mobile version