ରାଜ୍ୟ

ଫୋନିରେ ରାଜ୍ୟର କୋଟିଏରୁ ଅଧିକ ଲୋକ ପ୍ରଭାବିତ

Published

on

ଭୁବନେଶ୍ୱର ୧୦/୫ : ସାମୁଦ୍ରିକ ଝଡ଼ ଫୋନିରେ ରାଜ୍ୟର ମୋଟ କୋଟିଏରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଷ୍ଟେଟ ଏମର୍ଜେନସି ଅପରେସନ୍ ସେଣ୍ଟର ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ ଏହା କୁହାଯାଇଛି। ରିପୋର୍ଟ ଅନୁସାରେ ପୁରୀ, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଗଂଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଂଜ ଓ ନୟାଗଡ଼ ଜିଲ୍ଲାର ଲୋକେ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି।
ବାତ୍ୟାରେ ମୋଟ ୧୫୯ଟି ବ୍ଲକ ଓ ୫୨ଟି ପୌରପାଳିକା ୧୬,୬୫୯ଟି ଗାଁ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ମୋଟ ୫,୦୮,୬୬୭ଟି ଘର କ୍ଷତି ହୋଇଛି। ସେହିପରି ଲକ୍ଷାଧିକ ଘର ଆଂଶିକ ରୂପେ କ୍ଷତି ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version