ରାଜ୍ୟ

‘ଫୋନି’ର ୬ ଦିନ ପରେ ଗଡ଼ିଲା ଯାତ୍ରୀବାହି ଟ୍ରେନ୍

Published

on

ଭୁବନେଶ୍ୱର ୯/୫ : ‘ଫୋନି’ର ୬ ଦିନ ପରେ ଆଜିଠାରୁ ପୁଣି ଗଡ଼ିଛି ଯାତ୍ରୀବାହି ଟ୍ରେନ୍ । ଗତ ୩ ତାରିଖ ଦିନ ସକାଳୁ ସାମୁଦ୍ରିକ ଝଡ଼ ‘ଫନି’ ଯୋଗୁଁ ପୂର୍ବତଟ ରେଳବାଇ ପକ୍ଷରୂ ସମସ୍ତ ଟ୍ରେନ୍କୁ ବାତିଲ କରି ଦିଆଯାଇଥିଲା । ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଜି ଠାରୁ କିଛି ପାସେଞ୍ଜର ଟ୍ରେନ୍ ସେବା ରାଜ୍ୟ ଓ ରାଜ୍ୟ ବାହାରକୁ ଆରମ୍ଭ ହୋଇଥିବା ଜଣାପଡ଼ିଛି।
ଏହି ପରିପ୍ରେକ୍ଷିରେ ଖୋର୍ଦ୍ଧା-ପୁରୀ ସେକସନର କିଛି ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି । ହେଲେ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍ ଚଳାଚଳ କରିବାକୁ ଥିବାବଳେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଏହାକୁ ପୁର୍ନବାର ବାତିଲ୍ କରାଯାଇଛି । ଏନେଇ ପୂର୍ବତଟ ରେଳବାଇ ତରଫରୁ ସୂଚନା ମିଳିଛି । ପୁରୁଷୋତ୍ତମ ଏକ୍ସପ୍ରେସ୍ ଆସନ୍ତା କାଲିଠାରୁ ସ୍ୱାଭାବିକ ଭାବେ ଗଡ଼ିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version