ଭୁବନେଶ୍ୱର ୩୦/୪ : ବାତ୍ୟା ଫୋନି ସମୀକ୍ଷା ବୈଠକ । ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ବି ଉପସ୍ଥିତି ଥିଲେ । ବାତ୍ୟା ନେଇ ରାଜ୍ୟସରକାର ସତର୍କ ଥିବା କହିଛନ୍ତି ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି । ସମସ୍ତ ଉପକୂଳବର୍ତୀ ଅଂଚଳ ଜିଲ୍ଲାପାଳ ମାନଙ୍କୁ ସତର୍କ କରାଯାଇଛି । ୮୮୯ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି । ଆସନ୍ତା ୨ ତାରିଖରୁ ଉପକୂଳବର୍ତୀ ଅଂଚଳ ଲୋକମାନଙ୍କୁ ସତର୍କ କରାଯାଇଛି । ରିଲିଫ ସାମଗ୍ରୀ, ଖାଦ୍ୟ ପ୍ରସ୍ତୁତ ରଖାଯାଇଛି । ପୂର୍ବାନୁମାନ ଅନୁସାରେ ୩ ତାରିଖରେ ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି ।
ତେବେ ଆସୁଥିବା ସାମୁଦ୍ରିକ ବାତ୍ୟା ଫୋନୀ କୁ ନେଇ ସ୍ଥିତି ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୁଇଟରେ ନବୀନ କହିଛନ୍ତି ସାମୁଦ୍ରିକ ବାତ୍ୟା ଫୋନୀର ମୁକାବିଲା ନେଇ ସମସ୍ତ ପ୍ରସ୍ତୁତି ହୋଇଛି । ଉପକୂଳ ଜିଲ୍ଲା ଗୁଡିକ ନିକଟରେ ଏହା ଅତିକ୍ରମ କରୁଥିବାରୁ, ବରିଷ୍ଠ ଅଧିକାରୀଙ୍କ ସହ ପ୍ରସ୍ତୁତି ନେଇ ଆଲୋଚନା କରିଛି । ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପୁରା ସଜାଗ ଥିବା ନବୀନ କହିଛନ୍ତି ।
ଅନ୍ୟପକ୍ଷରେ, ସମ୍ଭାବ୍ୟ ବାତ୍ୟା ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ଭାରତୀୟ ନୌସେନା ।ନିଜର ସମସ୍ତ ଜଳ ଜାହାଜ ଓ ଏୟାରକ୍ରାଫ୍ଟକୁ ସଂପୂର୍ଣ୍ଣ ରୁପେ ସଜାଗ ରଖାଯାଇଛି । ସମସ୍ତ ପ୍ରକାର ଜରୁରୀ କାଳୀନ ପରିସ୍ଥିତି ପାଇଁ ସହାୟତା ଯୋଗାଇଦେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାରତୀୟ ନୌସେନା । ସମସ୍ତ ପ୍ରକାର ଖାଦ୍ୟ ଓ ରିଲିଫ ସାମଗ୍ରୀ, ଅତିରିକ୍ତ ଡାକ୍ତର, ରେବର ବୋର୍ଟ ଏବଂ ଡ୍ରାଇଭରଙ୍କୁ ନେଇ ଟିମ ପ୍ରସ୍ତୁତ ଅଛି । ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଏୟାର ଷ୍ଟେସନରେ ନିଜର ସମସ୍ତ ଏୟାରକ୍ରାଫ୍ଟକୁ ସଜାଗ ରଖାଯାଇଛି । ଆବଶ୍ୟକ ପଡିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରର କରାଯିବା ସହ ଆକାଶମାର୍ଗରୁ ରିଲିଫ ସାମଗ୍ରୀ ଯୋଗାଇଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି ।
ଆଗକୁ ବଢୁଛି ଫୋନି, ଆଶଙ୍କାରେ ଓଡିଶା । ଆସନ୍ତାକାଲି ସଂଧ୍ୟା ସାଢେ ୫ଟା ସୁଦ୍ଧା ଫୋନି ଏକ୍ସଟ୍ରିମ୍ଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଫୋନି ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବା ପରେ ପବନର ବେଗ ଘଂଟାପ୍ରତି ୧୭୦ରୁ ୧୮୦ କିଲୋମିଟର ରହିବ । ଏବେ ଫୋନି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ସାରିଥିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଫୋନି ବର୍ତ୍ତମାନ ସମୁଦ୍ର ଭିତରେ ଘଂଟା ପ୍ରତି ୧୬ କିଲୋମିଟର ବେଗରେ ଗତି କରୁଛି ।